ୱାଶିଂଟନ ୧୭।୧୨ : କଥାରେ ଅଛି ଭଗବାନ ଯାହା ଦିଅନ୍ତି ଛପର ଫାଡିକି ଦିଅନ୍ତି । ବେଳେ ବେଳେ ଭାଗ୍ୟ କେତେବେଳେ ଲକ୍ଷ୍ୟପତି କରି ଦିଏ ତାହା କାହାକୁ ଜଣା ପଡେ ନାହିଁ । ଠିକ୍ ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ମଧ୍ୟ ଏହି ପରି ହୋଇଥିଲା । ତାଙ୍କ ଉପରେ ଏବେ ଭଗବାନ କୃପା ହୋଇଛି । ଏହା ତାଙ୍କ ସହ ପ୍ରଥମ ଥର ନୁହେଁ । ଏହାର ହେଉଛି ଦ୍ୱିତୀୟ ଥର ପାଇଁ ସେ ବିପୁଳ ପରିମାଣର ଲଟେରୀ ଜିତିଛନ୍ତି । ଭର୍ଜିନିଆର ସୁଫୋକ୍ ବାସିନ୍ଦା ଏଲଭିନ୍ କୋପେଲ୍ୟାଣ୍ଡ ୧ ମିଲିୟନ୍ ଡଲାର୍ ଅର୍ଥାତ୍ ୭.୬ କୋଟି ଟଙ୍କାର ଜ୍ୟାକପଟ୍ ଜିତିଛନ୍ତି । କିନ୍ତୁ ଏହା ପ୍ରଥମ ଥର ନୁହେଁ ପୂର୍ବରୁ, ୨୦୦୨ ମସିହାରେ ମଧ୍ୟ ସେ ୭୬ ଲକ୍ଷ ଟଙ୍କାର ଲଟେରୀ ଜିତିଥିଲେ। ତାଙ୍କ ଭାଗ୍ୟ ଦୁଇଥର ତାଙ୍କୁ ଲକ୍ଷ ପତି କରାଇ ଜୀବନ ଦଳାଇ ଦେଇଛି ।
ଏନେଇ ଏଲଭିନ୍ କୋପେଲ୍ୟାଣ୍ଡ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସୁଫୋକ୍ ୭-ଇଲେଭେନ ଷ୍ଟୋରରୁ କ୍ୟାସ -୪ ଲାଇଫ ଟିକେଟ କିଣିବା ପରେ ସେ ସମାନ ନମ୍ବରରେ ଖେଳିବା ପାଇଁ ବାଜି ମାରନ୍ତି । ଟିକେଟ୍ କିଣିବା ପରେ ସେ ଜାଣିବାକୁ ପାଇଲେ ସେ ଯାହା ଅନୁମାନ କରିଥିଲେ ସେହି ପାଞ୍ଚଟି ନମ୍ବର ସଠିକ୍ ଅଟେ। ଏହିପରି, ତାଙ୍କ ଭାଗ୍ୟ ତାଙ୍କୁ ଦ୍ୱିତୀୟ ଥର ପାଇଁ ସାଥ୍ ଦେଲା। ଏହା ପରେ ସେ କହିଛନ୍ତି ଯେ ସେ ତାଙ୍କ ପରିବାର ପାଇଁ ଏହି କୋଟି ଟଙ୍କା ଖର୍ଚ୍ଚ କରିବେ।
ନିଜ ଖୁସିକୁ ପ୍ରକାଶ କରି ଆଲଭିନ୍ କହିଛନ୍ତି, 'ଏହା ମୋର ପ୍ରଥମ ଭାଗ୍ୟ ନୁହେଁ ଯେ ଏହା ପୂର୍ବରୁ ମୁଁ ୨୦୦୨ ରେ ୭୬ ଲକ୍ଷ ଟଙ୍କା ଜିତିଥିଲି। ସେତେବେଳେ ମୁଁ ୨ ଡଲାରରେ ଟିକେଟ କିଣିଥିଲି । ଏପରିକି ସେତେବେଳେ ମୋର ଏ ବିଷୟରେ କୌଣସି ଧାରଣା ନଥିଲା ଯେ ମୋର ଭାଗ୍ୟ ଏଥି ପାଇଁ ସାଥ୍ ଦେବ ଏବଂ ମୁଁ ଲଟେରୀ ଜିତିବି । କିନ୍ତୁ ପରେ ପୁଣି ଥରେ ଦ୍ୱିତୀୟ ଥର ପାଇଁ ଲଟେରୀ ଜିତିବା ଅନେକ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହା ଶୁଣିବା ପରେ ଲୋକମାନେ ମଧ୍ୟ ତାଙ୍କ ଭାଗ୍ୟକୁ ପ୍ରଶଂସା କରୁଛନ୍ତି ।