ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣା: ଅଭିଯୁକ୍ତ କହିଲେ, ମାମଲାର ସମାଧାନ ସରିଛି, ମହିଳାଙ୍କୁ କ୍ଷତିପୂରଣ ମିଳିଛି

Published By : Prameya-News7 Bureau | January 06, 2023 IST

ନୂଆଦିଲ୍ଲୀ: ନ୍ୟୁୟର୍କ ଫେରନ୍ତା ଏୟାର ଇଣ୍ଡିଆ ବିମାନରେ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରାର କରି ପୁଲିସ ସ୍କାନରରେ ଥିବା ଅଭିଯୁକ୍ତ ଶଙ୍କର ମିଶ୍ର ପ୍ରଥମଥର ପାଇଁ ମୁହଁ ଖୋଲିଛି। ସମସ୍ୟାର ସମାଧାନ ହୋଇଯାଇଛି। ଉକ୍ତ ମହିଳାଙ୍କୁ କ୍ଷତିପୂରଣ ଦିଆଯାଇଛି ବୋଲି ଶଙ୍କର ମିଶ୍ର କହିଛି।

ନଭେମ୍ବର ୩୦ ତାରିଖରେ ଏଭଳି ଘଟଣା ଘଟିଥିଲା। ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ବିଜନେସ କ୍ଲାସ୍‌ରେ ବସିଥିବା ଜଣେ ବୟସ୍କା ମହିଳାଙ୍କ ଉପରେ ମଦ୍ୟପ ଶଙ୍କର ପରିସ୍ରା କରିଥିଲେ। ଯାହାକୁ ନେଇ ଉକ୍ତ ମହିଳା ଟାଟା ଗ୍ରୁପର ସିଇଓ ଏନ୍‌ ଚନ୍ଦ୍ରେଶେଖରଙ୍କୁ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଥିଲା। ପରେ ବିମାନ କମ୍ପାନୀ ପକ୍ଷରୁ ଶଙ୍କରୁ ମାସେ ବ୍ୟାନ୍ କରାଯାଇଥିବା ବେଳେ ଥାନାରେ ମାମଲା ବି ଦିଆଯାଇଛି।

ଏହି ଘଟଣାରେ ଦିଲ୍ଲୀ ପୁଲିସ ଟିମ୍ ଗଠନ କରି ଶଙ୍କର ଧରିବାକୁ ଖୋଜୁଛି। ଶଙ୍କର ବିରୋଧରେ ଲୁକ୍‌ଆଉଟ୍ ନୋଟିସ୍‌ ବି ଜାରି କରିଛି।  ହେଲେ ଶଙ୍କର ଧରା ନପଡ଼ିବାକୁ ସ୍ଥାନ ବଦଳାଉଛି। ମାମଲା ତୀବ୍ର ହେବା ପରେ ଶଙ୍କର ନିଜ ଓକିଲ ସହ ଏକ ଷ୍ଟେଟ୍‌ମେଣ୍ଟ ଜାରି କରିଛି।   

ତାଙ୍କ ଓକିଲ କହିଛନ୍ତି “ ଅଭିଯୁକ୍ତ ଓ ମହିଳାଙ୍କ ମଧ୍ୟରେ ହୋଇଥିବା ଚାଟ୍‌ରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ ନଭେମ୍ବର ୨୮ ତାରିଖରେ ଅଭିଯୁକ୍ତ କପଡ଼ା ଓ ବ୍ୟାଗ ସଫା କରି ନଭେମ୍ବର ୩୦ ତାରିଖରେ ଏହାକୁ ଦେଇ ଦିଆଯାଇଥିଲା। ମହିଳ ଜଣଙ୍କ ମାମଲାକୁ ନିନ୍ଦା କରିବା ସହ ପୁଲିସରେ ମାମଲା କରିବାକୁ ଇଚ୍ଛା ପ୍ରକାଶ କରି ନାହାନ୍ତି।”

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ମହିଳା ଜଣଙ୍କର ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା କ୍ଷତିପୂରଣ ବିରୋଧରେ ମହିଳା ଡିସେମ୍ବର ଅଭିଯୋଗ କରିଥିଲେ। ଉଭୟ ପକ୍ଷର ସହମତି ପରେ ମିଶ୍ର ପେଟିଏମ୍‌ରେ ଟଙ୍କା ପଠାଇଥିଲେ। ହେଲେ ଡିସେମ୍ବର ୧୯ ତାରିଖରେ ମହିଳାଙ୍କ ଝିଅ ପଇସା ଫେରାଇ ଦେଇଥିଲେ ବୋଲି ଏଥିରେ କୁହାଯାଇଛି। ତେବେ ଅଭିଯୁକ୍ତର ଦେଶର ଆଇନ ବ୍ୟବସ୍ଥା ଉପରେ ପୂରା ଭରସା ଅଛି। ସେ ଆଇନର ତଦନ୍ତରେ ସହଯୋଗ କରିବେ ବୋଲି ତାଙ୍କ ଓକିଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.