ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଛାତିରେ ବାଜିଥିଲା ଗୁଳି, ଯନ୍ତ୍ରଣାରେ ଛଟପଟ ହେଉଥିଲେ ବ୍ୟକ୍ତି, ହେଲେ ଭାବୁଥିଲେ ବିଲେଇ ରାମ୍ପି ଦେଇଛି…

27/09/2021 at 11:03 PM

ଜୟପୁର ୨୭।୦୯: ବନ୍ଧୁକ ଗୁଳିର ଘା ଏବଂ ବିଲେଇ ରାମ୍ପୁଡିବାର ଯନ୍ତ୍ରଣାରେ ବହୁତ ତୋଫାତ ରହିଛି। କାରଣ ବିଲେଇ ରାମ୍ପି ଦେଲେ ହାଲୁକା ଚିହ୍ନ ରହେ ଏବଂ ଗୁଳି ବାଜିଲେ ବିରାଟ କ୍ଷତ ସହ ଶରୀର ରକ୍ତାକ୍ତ ହୁଏ। ହେଲେ ରାଜସ୍ଥାନର ଜଣେ ବ୍ୟକ୍ତି ଏହି ଦୁଇଟି କ୍ଷତ ମଧ୍ୟରେ ଥିବା ଫରକ ଜାଣି ପାରିଲେ ନାହିଁ।

ବ୍ୟକ୍ତିଙ୍କ ନାମ ନେମି ଚାନ୍ଦ। ପେଶାରେ ସେ ଜଣେ ଲାଇନମ୍ୟାନ। ପ୍ରଥମେ କୁହାଗଲା ଯେ, ତାଙ୍କ ଶରୀରରେ ବିଲେଇ ରାମ୍ପି ଦେଇଛି। କିନ୍ତୁ ବାସ୍ତବରେ ତାଙ୍କ ଛାତିର ପଞ୍ଜରାରେ ଗୁଳି ବାଜିଥିଲା।

ଏହି ଘଟଣା ସେପ୍ଟେମ୍ବର ୧୬ ତାରିଖର। ଯେତେବେଳେ ଚାନ୍ଦ ପ୍ରଥମ ନିଦରେ ଶୋଇଥିଲେ, ସେତିକି ବେଳେ ନିଜ ଶରୀରରେ ଯନ୍ତ୍ରଣା ଅନୁଭବ କରିଥିଲେ।  ବିଲେଇ ରାମ୍ପିକି ଚାଲି ଯାଇଥିବ ଭାବି ସେ ଯନ୍ତ୍ରଣା ପ୍ରତି ସେତେଟା ଗୁରୁତ୍ଵ ଦେଇନଥିଲେ। ଆଗାମୀ ସାତ ଘଣ୍ଟା ଯୁବକ ଭୁଲି ଯାଇଥିଲେ ଏବଂ ରୁମରେ ଅନ୍ୟ ତିନି ଜଣଙ୍କ ସହ ଶୋଇ ପଡିଥିଲେ।

ଏହାର କିଛି ସମୟ ପରେ ରୁମର ଜଣେ  ସାଙ୍ଗ ଚାନ୍ଦଙ୍କ ନିକଟରେ ଏକ ଖାଲି ଗୁଳିର ଆବରଣ ଦେଖିବାକୁ ପାଇଲେ। ଏହା ଦେଖି ସଭିଏ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ। ଶେଷରେ ଚାନ୍ଦ ଜାଣି ପାରିଥିଲେ ଯେ, ତାଙ୍କ ଯନ୍ତ୍ରଣାର କାରଣ ବିଲେଇ ରାମ୍ପୁଡା ନୁହେଁ ବରଂ ଗୁଳି ବାଜିବା କାରଣରୁ ହୋଇଛି।

ଏକ୍ସରେରୁ ଜଣା ପଡିଲା ଯେ, ଗୁଳି ତାଙ୍କ ଛାତି ଚମଡାରେ ବାଜି ଅଳ୍ପକେରୁ ଗୁରୁତ୍ଵପୂର୍ଣ୍ଣ ଅଙ୍ଗଠୁ କିଛି ସେଣ୍ଟିମିଟର ଦୂରରେ ରହି ଯାଇଛି। ସ୍କାନିଂ ପରେ  ସେପ୍ଟେମ୍ବର ୧୭ରେ ସର୍ଜରୀ କରାଯାଇ ଚାନ୍ଦଙ୍କ ଛାତିରୁ ଗୁଳି କଢା ଯାଇଥିଲା। ଏହି ଘଟଣାରେ ଚାନ୍ଦଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା କୁହାଯାଉଛି। ଏପରିକି ସ୍ଥାନୀୟ ରାନିଓ୍ଵାଡା ଥାନା ପୋଲିସ ହତ୍ୟା ଉଦ୍ୟମ ମାମଲା ମଧ୍ୟ ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରି ଦେଇଛି।

ଗୁଇ ଜଣ ସର୍ଜନ ସଫଳତାର ସହ ଗୁଳି କାଢିବା ସହ କ୍ଷତକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଷ୍ଟାରଲାଇଜିଂ ତରଳ ପଦାର୍ଥରେ ସଫା କରିଥିଲେ। ଚାନ୍ଦ କିଛି ଦିନରେ ସଂପୂର୍ଣ୍ଣ ସୁସ୍ଥ ହେବାର ଆଶା ରହିଛି।  ଭାରତରେ ଏହି ଧରଣର ଏହା ପ୍ରଥମ ଘଟଣା ହୋଇଥିବା କୁହାଯାଉଛି। ଆମେରିକାର ଜଣେ ବ୍ୟକ୍ତି ଚଳିତ ବର୍ଷ ଆରମ୍ଭରେ ଠିକ୍ ଏହି ଧରଣର ଘଟଣା ତାଙ୍କ ସହିତ ଘଟିଥିବା କହିଥିଲେ।

   Related Posts