ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ: ଉଜ୍ଜେନରୁ ମାଡିବସିଲା ପୁଲିସ୍

Published By : Prameya-News7 Bureau | November 24, 2022 IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଇଥିବା ଲୋକ ଗିରଫ ହୋଇଛି। ଗୁରୁବାର ଉଜ୍ଜେନ ଜିଲ୍ଲାର ନଗଦା ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରି ଇନ୍ଦୋର ପୁଲିସକୁ ହସ୍ତାନ୍ତର କରାଯାଇଛି। ଗିରଫ ଅଭିଯୁକ୍ତି ହେଲା ଦୟା ଓରଫ ପ୍ୟାରେ ଓରଫ ନରେନ୍ଦ୍ର ସିଂହ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରା କରୁଛନ୍ତି। ତାଙ୍କ ଯାତ୍ରା ମଧ୍ୟପ୍ରଦେଶ ଇନ୍ଦୋରରେ ପହଞ୍ଚିବା ପରେ ରାହୁଲଙ୍କୁ ବୋମାମାଡ଼ କରି ଉଡ଼ାଇ ଦିଆଯିବ ବୋଲି ନରେନ୍ଦ୍ର ଧମକ ଦେଇଥିଲେ। ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ଏଭଳି ଧମକ ଦେଇଥିଲା ଅଭିଯୁକ୍ତ।

ଏହି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟପ୍ରଦେଶ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏଥିପାଇଁ ୨୦୦ ସିସିଟିଭି ଫୁଟେଜ୍ ଚେକ କରାଯାଇଥିଲା। ସହରର ଅଧା ହୋଟେଲ, ଲଜ୍ ଓ ରେଳ ଷ୍ଟେସନଗୁଡ଼ିକରେ ଚଢାଉ କରାଯାଇଥିଲା। ଶେଷରେ ଆଜି ଅଭିଯୁକ୍ତକୁ ଧରିବାରେ ପୁଲିସକୁ ସଫଳତା ମିଳିଛି। ଅଭିଯୁକ୍ତ ଉତ୍ତର ପ୍ରଦେଶ ରାଇବରେଲିର ବାସିନ୍ଦା।

ସେ ପୂର୍ବରୁ ଏମିତି ଚିଠି ଓ ଫୋନ୍ କଲମ ମାଧ୍ୟମରେ ଅନେକ ଲୋକଙ୍କୁ ହତ୍ୟା ଧମକ ଦେଇଛି ବୋଲି ପୁଲିସ ସୂଚନା ଦେଇଛି। ପୁଲିସର ସୂଚନା ଅନୁସାରେ ଖାଲସା ଷ୍ଟାଡିୟମରେ କଂଗ୍ରେସର ଏକ କାର୍ଯ୍ୟକ୍ରମ ହେବାର ଥିଲା। ଯେଉଁଠି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସମେତ ଅନ୍ୟ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଅଭିଯୁକ୍ତ ମଧ୍ୟ ସେହି କାର୍ଯ୍ୟକ୍ରମରେ ଥିଲା ବୋଲି ପୁଲିସ କହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.