ଲକଡାଉନ ବେଳେ ମହିଳା ପୋଷାକ ପିନ୍ଧି ବୁଲିବାକୁ ଆସିଥିଲେ ଯୁବକ: ଟିକଟକ ଭିଡିଓ ଭାଇରାଲ

Published By : Prameya-News7 Bureau | March 31, 2020 IST

ଚଣ୍ଡୀଗଡ଼ ୩୧/୦୩ : କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଦେଶକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି | ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି। କିନ୍ତୁ କିଛି ଲୋକ ବାହାରକୁ ଯାଇ ଲକଡାଉନ୍ ଉଲ୍ଲଂଘନ କରୁଛନ୍ତି। ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପରିସ୍ଥିତିରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କିନ୍ତୁ ଲୋକମାନେ ତଥାପି ବି ଉଲ୍ଲଂଘନ କରୁଛନ୍ତି। ବର୍ତ୍ତମାନ ଏକ ଟିକଟକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ପୁରୁଷ ମହିଳା ପୋଷାକ ପିନ୍ଧି ବୁଲିବାକୁ ଯାଇଥିଲେ।

ଭାଇରଲ ଭିଡିଓ ପଞ୍ଜାବର ବୋଲି ଜଣାପଡିଛି | ଜଣେ ପୁରୁଷ ମହିଳା ପୋଷାକ ପିନ୍ଧି ଗାଡିର ପଛ ସିଟରେ ବସିଛନ୍ତି | ସେ ମୁହଁକୁ ଓଢଣୀରେ ଘୋଡେଇ ରଖିଥିଲେ | ପୋଲିସ ଆଶଙ୍କା କରି ତାଙ୍କୁ ମାସ୍କ ହଟାଇବାକୁ କହିଥିଲେ । ଯେତେବେଳେ ସେ ମାସ୍କ ବାହାର କରିଥିଲେ ପୋଲିସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା | ଭାଇରାଲ ଭିଡିଓରେ ଲେଖା ଯାଇଛି, "ପଞ୍ଜାବ ପୋଲିସ ବାସନ୍ତୀ ଭେଷରେ ଗଵରକୁ ଧରିଛି |"

ଏହି ଭିଡିଓକୁ ଅମ୍ବି ଗୁଜ୍ଜର ନାମକ ଜଣେ ୟୁଜର ପୋଷ୍ଟ କରିଛନ୍ତି | ଭିଡିଓକୁ ଏବେ ଯାଏଁ ୫ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.