ମେଟ୍ରୋରେ ବ୍ୟକ୍ତିଙ୍କୁ ଆସିଲା ନିଦ, ପାଖରେ ବସିଥିବା ଯୁବତୀ କଲେ ଏପରି କାମ….

Published By : Prameya-News7 Bureau | December 24, 2022 IST

ମୁମ୍ଵାଇ ୨୪।୧୨: ସୋସିଆଲ୍‌ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସିଥାଏ। ଯାହା ପ୍ରତି ଘଣ୍ଟାରେ ଭାଇରାଲ୍‌ ହୁଏ। ଲୋକମାନେ ସୋସିଆଲ ମିଡିଆରେ ଏହିପରି ଭିଡିଓକୁ ଖୁବ୍‌ ପସନ୍ଦ କରନ୍ତି। ଦେଖିବା ମାତ୍ରେ ସେମାନଙ୍କ ହସ ବନ୍ଦ ହୋଇନଥାଏ। ସେ ବିବାହ ହେଉ କି ପାର୍ଟିର ଡ୍ୟାନ୍ସ କିମ୍ବା ମେଟ୍ରୋରେ ଅଜବ କାର୍ଯ୍ୟ କରୁଥିବା ଲୋକଙ୍କ ଭିଡିଓ ନିଶ୍ଚିତ ଭାବରେ ଆମ ଦେଶରେ ଟ୍ରେଣ୍ଡ କରୁଛି ।

wp:html
/wp:html

ବର୍ତ୍ତମାନ ଦୁଇ ସପ୍ତାହ ପୂର୍ବେ ମେଟ୍ରୋର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ବ୍ୟକ୍ତି ମେଟ୍ରୋ ସିଟରେ ବସିଛନ୍ତି। ସେହି ସମୟରେ ବ୍ୟକ୍ତି ଜଣଙ୍କ ଏତେ ଗଭୀର ନିଦରେ ଶୋଇପଡିଥିଲେ ଯେ ତାଙ୍କ ସହ ଘଟିଥିବାର ଦୃଶ୍ୟ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହେବେ। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳେ ଯେ ମେଟ୍ରୋରେ ଗୋଟିଏ ବି ସିଟ୍ ଖାଲି ନାହିଁ। ଗୋଟିଏ ଝିଅ କବାଟ ପାଖରେ ଥିବା ସିଟ୍ ଧାରରେ ବସିଛି। ନୀଳ ଟି-ସାର୍ଟ ପିନ୍ଧିଥିବା ଜଣେ ବାଳକ ତାଙ୍କ ପାଖରେ ବସିଛନ୍ତି, ଯିଏ ବସିଥିବା ବେଳେ ଘୁଆଉଛନ୍ତି।  ଧୀରେ ଧୀରେ ସିଟ୍‌ରୁ ଖସିବାରେ ଲାଗିଛନ୍ତି।

ସିଟ୍‌ରୁ ତଳକୁ ଖସିଯିବା ଯିବା ମାତ୍ରେ ଝିଅଟି ଟି-ସାର୍ଟ ଧରି ତାଙ୍କୁ ଟାଣି ନେଇଥାଏ ଏବଂ ଏହି ଉପାୟରେ ବ୍ୟକ୍ତି ଜଣଙ୍କ ରକ୍ଷା ପାଇଯାଏ। ଝିଅଟି ଏପରି ଅପରିଚିତ ପୁଅକୁ ସାହାଯ୍ୟ କରୁଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହି ଭାଇରାଲ୍ ଭିଡିଓ ଇନଷ୍ଟାଗ୍ରାମରେ ଏମଡି ମୋଏନ୍ ଶେଖ ନାମକ ଜଣେ ୟୁଜର୍ସ ସେୟାର କରିଛନ୍ତି। ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିଥିବା ବେଳେ ଖୁବ୍‌ କମେଣ୍ଟ ଆସିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.