'ମୋ ପ୍ରେମିକା ଗର୍ଭବତୀ'; ମହିଳାଙ୍କ ଶାଶୁଘରକୁ ଆମ୍ବୁଲାନ୍ସ ପଠାଇଲା ଯୁବକ, କାନପୁର ପୋଲିସର ତଦନ୍ତ

Published By : Prameya-News7 Bureau | December 06, 2022 IST

ଲକ୍ଷ୍ନୌ: ଏକ ତରଫା ପ୍ରେମରେ ଅନ୍ଧ ହୋଇ ଯୁବକଙ୍କ ପାଗଳାମୀ । ପ୍ରେମିକା ଘରକୁ ପଠାଇଲା ଆମ୍ବୁଲାନ୍ସ । ଭେଟ କରିବାକୁ ମନା କରିବାରୁ ଶାଶୁଘରକୁ ଆମ୍ବୁଲାନ୍ସ ପଠାଇଥିଲା ଯୁବକ । ମହିଳାଜଣଙ୍କ ଗର୍ଭବତୀ ଥିବା ମିଛ ଷଡ଼ଯନ୍ତ୍ର ରଚିଥିଲା । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର କାନପୁର ଅଞ୍ଚଳରେ ।  ପୋଲିସ୍ ଘଟଣାର ତଦନ୍ତ କରୁଛି ।

ଦୁଇମାସ ହେଲା ମହିଳାଙ୍କୁ ହାଇରାଣ କରୁଥିଲା ଯୁବକ । କାନପୁର ପୋଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରୁଛି । ସୂଚନା ଅନୁଯାୟୀ, ଯୁବକ ଜଣକ ମହିଳାଙ୍କୁ ଏକ ତରଫା ପ୍ରେମ କରୁଥିଲେ । ବାହାଘର ପରେ ସାକ୍ଷାତ କରିବାକୁ ଚାହୁଁଥିଲେ । ହେଲେ ଏଥିରେ ମହିଳା ମନା କରିବାକୁ ପାଗଳାମି ଆରମ୍ଭ କରିଥିଲା ଅଭିଯୁକ୍ତ । ମହିଳା ଜଣକ ଗର୍ଭବତୀ ଥିବା କହି କାଶିରାମ ହସ୍ପିଟାଲରୁ ଏକ ଆମ୍ବୁଲାନ୍ସ ଘରକୁ ପଠାଇଥିଲା । ଏହାକୁ ଶାଶୁଘର ଲୋକ ଅଣଦେଖା କରିଥିଲେ । ପରେ ମହିଳା ଜଣକ ସୁଇସାଇଡ୍ କରିଛନ୍ତି ବୋଲି ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍ କରି ଜଣାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମିଛ ଷଡ଼ଯନ୍ତ୍ର ଜାଣିବାକୁ ପାଇଥିଲା ।

ପୋଲିସ ଅଭିଯୁକ୍ତ ଯୁବକ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କାନପୁର ଏସଡିପିଓ କହିଛନ୍ତି, ଅଭିଯୁକ୍ତର ଲୋକେସନ ଟ୍ରାକ୍ କରାଯାଉଛି ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.