ପୋଲ ଉପରୁ ପରିସ୍ରା କରିବାରୁ ଅନେକ ଲୋକ ଆହତ : ୪ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | June 23, 2019 IST

ବର୍ଲିନ ୨୩/୬ : ପୋଲ ଉପରେ ପରିସ୍ରା କରିବା ଯୋଗୁଁ ଏହିଭଳି ଏକ ପରିସ୍ଥିତି ସୃଷ୍ଟି ହେଲା ଯେ ଅନେକ ଲୋକ ଆହତ ହୋଇଥିଲେ । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଥିଲା । ଏଭଳି ଏକ ଘଟଣା ଆପଣ ଆଗରୁ କେବେ ଶୁଣିନଥିବେ ।

{"id":126240}

ଜର୍ମାନୀ ରାଜଧାନୀ ବର୍ଲିନରେ ଘଟିଛି ଏହିଭଳି ଏକ ଘଟଣା । ସୂଚନା ଅନୁଯାୟୀ, ବର୍ଲିନରେ ଏକ ପୋଲ ଉପରୁ ପରିସ୍ରା କରୁଥିବା ଯୋଗୁଁ ପୋଲ ତଳେ ଯାଉଥିବା ଡଙ୍ଗାରେ ଲୋକଙ୍କ ଉପରେ ପରିସ୍ରା ପଡିଥିଲା > ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଏଥିରେ ଲୋକେ ଉତକ୍ଷିପ୍ତ ହୋଇଯାଇଥିଲେ । ଫଳରେ ଅନେକ ଲୋକ ଆହତ ହୋଇଥିଲେ । ଏହାପରେ ଉଦ୍ଧାରକାରୀ ଦଳଙ୍କୁ ଖବର ଦିଆଯାଇଥିଲା ।

{"id":126242}

ଘଟଣା ଶନିବାର ସନ୍ଧ୍ୟାରେ ଘଟିଥିଲା । ବର୍ଲିନ ଫାୟାର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଜୌନ୍ନୋବିତ୍ଜ ପୋଲ ଉପରେ ଛିଡା ହୋଇ ପରିସ୍ରା କରିଥିଲେ । ଏଥିରେ ପୋଲ ତଳେ ଯାଉଥିବା ପର୍ଯ୍ୟଟକ ବୋଟର ଅନେଲା ଲୋକ ଆହତ ହୋଇଥିଲେ । ୪ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଏହି ମାମଲାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି । ଅଭିଯୁକ୍ତକୁ ଖୋଜୁଛି ପୋଲିସ ।

{"id":126243}

ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହିଭଳି ଏକ ଘଟଣା ବର୍ଲିନ ଭଳି ସହରରେ ଘଟିବ ବୋଲି କେହି ଆଶା ମଧ୍ୟ କରିନଥିବା କହିଛନ୍ତି କିଛି ୟୁଜର୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.