oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଶ୍ବଶୁର ଘରକୁ ବାରମ୍ବାର ଯିବାରୁ ଜ୍ବାଇଁର ଜୀବନ ଗଲା, ଠେଙ୍ଗାରେ ପିଟି ପିଟି ମାରିଦେଲା ଶଳା

3/11/2021 at 5:20 PM

ଭୋପାଳ ୦୩/୧୧: ଶ୍ବଶୁର ଘରକୁ ବାରମ୍ବାର ଯିବା ଜ୍ବାଇଁ ପାଇଁ ମହଙ୍ଗା ପଡ଼ିଛି । ଭିଣୋଇର ଆସିବାକୁ ନାପସନ୍ଦ କରୁଥିବା ଶଳା ଶେଷରେ ସବୁ କିଛି ଶେଷ କରିଦେଇଛି। ଠେଙ୍ଗାରେ ପିଟି ପିଟି ନିଜ ଭିଣୋଇକୁ ଜୀବନରୁ ମାରିଦେଇଛି ଶଳା । ଅଭାବନୀୟ ଘଟଣାଟି ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଘଟିଥିବା ବେଳେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଜ୍ବାଇଁକୁ ଆକ୍ରମଣ ବେଳେ ଶାଶୂ ଅଟକାଇବାକୁ ଚେଷ୍ଟା କରି ସେ ମଧ୍ୟ ଗୁରୁତର ହୋଇଛନ୍ତି ।

ସୋମବାର ରାତିରେ ଜିଲ୍ଲା ମୁଖ୍ୟାଳୟରୁ ୭୫ କିଲୋମିଟର ଦୂରରେ ଥିବା ବିଚ୍ଛୁଆ ଗାଁରେ ଘଟିଥିବା ଏହି ଘଟଣା ପାଇଁ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମଙ୍ଗଳବାର ପୋଲିସ ଅଭିଯୁକ୍ତ ଦୀପକ କୁମରେଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ଛିନ୍ଦଓ୍ବାଡ଼ା ଜିଲ୍ଲା ହୀରାବାଡ଼ି ଗାଁର ବାସିନ୍ଦା ବିନୋଦ ପନ୍ଦ୍ରାମ  (୩୨)ଙ୍କ ବିବାହ ଅଭିଯୁକ୍ତଙ୍କ ଭଉଣୀଙ୍କ ସହ ହୋଇଥିଲା । ୨୫ ବର୍ଷୀୟ ଦୀପକ ବାପା-ମାଙ୍କ ସହ ବୈତୁଲ ଜିଲ୍ଲାର ବିଚ୍ଛୁଆ ଗାଁରେ ରହେ।  କିନ୍ତୁ ଭଉଣୀ-ଭିଣୋଇ ବାରମ୍ବାର ତାଙ୍କ ଘରକୁ ଆସିବା ତାଙ୍କୁ ପସନ୍ଦ ନଥିଲା ।

ଏନେଇ ସେ ଅଭିଯୋଗ ମଧ୍ୟ କରିଥିଲେ । ବିନୋଦ ତାଙ୍କ ସ୍ତ୍ରୀଙ୍କ ସହ କିଛି ଦିନ ପୂର୍ବରୁ ମଧ୍ୟ ଶ୍ବଶୁର ଘରକୁ ଆସିଥିଲେ । ପୁଣି ଥରେ ସୋମବାର ଦୁହେଁ ଘରେ ପହଞ୍ଚିବା ପ​‌ରେ ବିନୋଦ ଏବଂ ଦୀପକଙ୍କ ମଧ୍ୟ​‌ରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ପରେ ଦୀପକ ନିଜ ଭିଣୋଇ ବିନୋଦଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏହାକୁ ରୋକିବାକୁ ଯାଇ ଦୀପକଙ୍କ ମା’ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣାରେ ଦୀପକଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି । ଏହା ସହ ପୋଷ୍ଟମର୍ଟମ ପରେ ବିନୋଦଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି ।

   Related Posts