Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୋହୂକୁ ଦୁଷ୍କର୍ମ କଲା ଶ୍ୱଶୁର, ଗ୍ରହଣ କଲେନି ସ୍ୱାମୀ, କହିଲେ ‘ଏବେ ତୁମେ ମୋ ମାଆ’

14/09/2023 at 11:21 PM

ନୂଆଦିଲ୍ଲୀ, ୧୪/୦୯: ବୋହୂକୁ ଦୁଷ୍କର୍ମ କଲା ଶ୍ୱଶୁର, ଗ୍ରହଣ କଲେନି ସ୍ୱାମୀ। ସର୍ତ୍ତରେ ସ୍ତ୍ରୀ ଅରାଜି ହେବାରୁ ଘରୁ ତଡ଼ି ଦେଇଛନ୍ତି ସ୍ୱାମୀ। ଜଣେ ୨୬ ବର୍ଷିୟ ମହିଳାଙ୍କ ଅଭିଯୋଗ ପରେ ଏହା ସାମନାକୁ ଆସିଛି। ଏହି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ମୁଜାଫରନଗରରେ।

ପୀଡ଼ିତାଙ୍କ ଅଭିଯୋଗ ପରେ ସ୍ୱାମୀ କହିଛନ୍ତି ଯେ ‘ମୋ ବାପା ତୁମ ସହ ଜବରଦସ୍ତି ଶାରିରୀକ ସମ୍ପର୍କ ରଖିଛନ୍ତି। ମୁଁ ତୁମ ସହ ଆଉ ରହିପାରିବି ନାହିଁ। l ତୁମେ ଆଜି ମୋ ବାପାଙ୍କ ପତ୍ନୀ ହୋଇସାରିଛ, ଏବେ ତୁମେ ମୋ ମାଆ।’ ପୀଡିତା ଜଣକ ଗତ ସେପ୍ଟେମ୍ବର ୭ ତାରିଖ ଅଭିଯୋଗ କରିଥିଲେ।  ସେ ଗତ ବର୍ଷ ବିବାହ କରିଥିଲେ। 

ଗତ ଅଗଷ୍ଟ ୬ରେ ସ୍ୱାମୀଙ୍କ ଅନୁପସ୍ଥିତିରେ ତାଙ୍କ ଶ୍ୱଶୂର ବାରମ୍ବାର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଅଗଷ୍ଟ ୫ତାରିଖରେ ଶାଶୂ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମେଡିକାଲକୁ ନେଇ ସ୍ୱାମୀ ଯାଇଥିଲେ। ଏହାର ସୁଯୋଗ ନେଇ ଶ୍ୱଶୁର ତାଙ୍କୁ ଦୁଷ୍କର୍ମ କରିଥିଲେ। ଏପରିକି ଏକଥା କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ଯେତେବେଳେ ଏକଥା ସବୁ ତାଙ୍କ ସ୍ୱାମୀଙ୍କୁ କହିଥିଲେ, ସେ ତାଙ୍କ ସହ ରହିବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ ଓ ଘରୁ ତଡ଼ି ଦେଇଥିଲେ। ପୀଡ଼ିତା ଜଣକ ଏବେ ବାପ ଘରେ ରହିଆସୁଛନ୍ତି। ମହିଳା ଜଣକ ୭ ମାସର ଗର୍ଭବତୀ ଅଛନ୍ତି, କିନ୍ତୁ ଏବିଷୟରେ ସେ ଅଭିଯୋଗରେ ଲେଖିନାହାନ୍ତି।  ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସେପଟେ ପୀଡ଼ିତାଙ୍କ ବୟାନ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ରେକର୍ଡ କରାଯାଇଛି। ଏହି ମାମଲାରେ ପୋଲିସ ତାଙ୍କ ଶ୍ୱଶୂର ଏବଂ ସ୍ୱାମୀଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କ ଶ୍ୱଶୂର ବୋହୂ ନାଁରେ ଓଲଟା ଅଭିଯୋଗ ଆଣିଛନ୍ତି। ଟଙ୍କା ଲୋଭରେ ବୋହୂ ଏମିତି କରୁଛି ବୋଲି ତାଙ୍କ ଶ୍ୱଶୂର ଅଭିଯୋଗ କରିଛନ୍ତି।

ସେପଟେ ଏଭଳି ଏକ ଘଟଣା ଜୁନ୍ ୨୦୦୫ରେ ଘଟିଥିଲା। ଜଣେ ୫ଟି ପିଲାର ମା ୨୮ ବର୍ଷୀୟା ମହିଳାଙ୍କୁ ତାଙ୍କ ଶ୍ୱଶୂର ଦୁଷ୍କର୍ମ କରିଥିଲେ । ଏହା ପରେ ଗାଁରେ ସଭା ଡକାଯାଇ ଉକ୍ତ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ବାରଣ କରାଯାଇଥିଲା। ଏହା ସହ ସ୍ୱାମୀଙ୍କୁ ପୁଅ ବୋଲି ସମ୍ବୋଧନ କରିବାକୁ କୁହାଯାଇଥିଲା।

   Related Posts