କିଙ୍ଗସ୍ ଚାର୍ଲ୍ସ ଓ ରାଣୀ କାମିଲାଙ୍କୁ ଅଣ୍ଡାମାଡ, ବନ୍ଧାହେଲେ ବିକ୍ଷୋଭକାରୀ

Published By : Prameya-News7 Bureau | November 10, 2022 IST

ଲଣ୍ଡନ ୧୦/୧୧: ରାଜା ଓ ରାଣୀଙ୍କୁ ଅଣ୍ଡା ମାଡ । ତେବେ ବ୍ରିଟେନର ରାଜା ଓ ରାଣୀଙ୍କ ଉପରକୁ ଜଣେ ବିକ୍ଷୋଭକାରୀ ଅଣ୍ଡା ଫୋପାଡିଛନ୍ତି । ଘଟଣା ପରେ ପୋଲିସ ସେହି ବିକ୍ଷୋଭକାରୀଙ୍କୁ ଗିରଫ କରିଛି । କିଙ୍ଗସ ଚାର୍ଲସଙ୍କ ଉପରକୁ ମୋଟ ୩ଟି ଅଣ୍ଡା ଫୋପାଡିଥିଲେ ଯୁବକ ଜଣଙ୍କ ।

ସୂଚନା ଥାଉକି, ନିକଟରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ପୁଅ ତଥା କିଙ୍ଗସ୍ ଚାର୍ଲସ ରାଜା ହୋଇଛନ୍ତି । ରାଜା ଓ ରାଣୀ ନର୍ଦେନ ଇଂଲଣ୍ଡ ଗସ୍ତରେ ରହିଛନ୍ତି । ଏହି ସମୟରେ ଉଭୟ ୟର୍କ ସହରରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ କାର୍ ଭିତରୁ ବାହାରି ଲୋକଙ୍କୁ ଭେଟୁଥିଲେ । ତେବେ ଏହି ସମୟରେ ସେ ଜଣେ ଯୁବକ ହଠାତ୍ ରାଜା ରାଣୀଙ୍କ ଉପରକୁ ଫୋପାଡିଥିଲେ ଅଣ୍ଡା ।

wp:html /wp:html

ଗୋଟିଏ ପରେ ଗୋଟିଏ ମୋଟ୍ ତିନୋଟି ଅଣ୍ଡା ଫିଙ୍ଗିଥିଲା । କିନ୍ତୁ ରାଜା ଏହାକୁ ନଦେଖିଲା ପରେ ହାବଭାବ ଦେଖାଇଥିଲେ । ତେବେ ଯୁବକ ଜଣଙ୍କ କାହିଁକି ଏପରି କଲେ ତାହା ଜଣାପଡିନି । ଏହପୂର୍ବରୁ ମଧ୍ୟ ବ୍ରିଟେନର ଏହି ରାଜ ପରିବାର ଅଣ୍ଡାମାଡର ଶିକାର ହୋଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ୧୯୯୫ରେ ରାଣୀ ଏଲିଜାବେଥଙ୍କୁ ମଧ୍ୟ ଏଭଳି ଘଟଣାର ଶିକାର ହେବାକୁ ପଡିଥିଲା । ନଟିଂହାମରେ ବିରୋଧ କରୁଥିବା କିଛି ଲୋକ ରାଣୀଙ୍କ କାରରେ ଅଣ୍ଡା ଫିଙ୍ଗିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.