ଟଙ୍କା ପାଇଁ ଭାଉଜ ଉପରେ ଏସିଡ୍ ଫିଙ୍ଗିଦେଲା ଦିଅର, ୩ ବର୍ଷର ଶିଶୁ ଆହତ

Published By : Prameya-News7 Bureau | January 25, 2020 IST

କଡାବା ୨୫।୧: କର୍ଣ୍ଣାଟକର କଡାବାରେ ଭାଉଜଙ୍କ ଉପରେ ଏସିଡ୍ ଫିଙ୍ଗିଦେଇଛି ଦିଅର । ଫଳରେ ମହିଳାଙ୍କର ମୁହଁ ସଂପୂର୍ଣ୍ଣ ଜଳିଯାଇଛି । ଘଟଣା ପରେ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏସିଡ୍ ଆକ୍ରମଣରେ ପୀଡିତା ମହିଳାଙ୍କ ୩ ବର୍ଷର ଶିଶୁ ମଧ୍ୟ ଆହତ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଉଭୟ ପରିବାର ମଧ୍ୟରେ ଟଙ୍କା ପଇସାକୁ ନେଇ କିଛି ଦିନ ହେବ ବିବାଦ ଲାଗି ରହିଥିଲା । ଫଳରେ ଉଭୟ ଭାଉଜ ଏବଂ ଦିଅର ମଧ୍ୟରେ ଝଗଡା ହୋଇଥିଲା । ଝଗଡା ଏତେ ଭୟଙ୍କର ହୋଇଥିଲା ଯେ, ଯୁବକ ଜଣଙ୍କ ମହିଳାଙ୍କ ଉପରେ ଏସିଡ୍ ଫିଙ୍ଗିଦେଇଥିଲେ । ଏସିଡ୍ ଫିଙ୍ଗିବା ଯୋଗୁଁ ମହିଳାଙ୍କ ମୁହଁ ଜଳିଯାଇଛି । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି । ମହିଳାଙ୍କ ସହ ତାଙ୍କର ତିନି ବର୍ଷର ଶିଶୁ ମଧ୍ୟ ଏସିଡ୍ ଆକ୍ରମଣରେ ଆହତ ହୋଇଛନ୍ତି । ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଘଟଣା ପରେ କଡାବା ପୋଲିସ ଷ୍ଟେସନରେ ଏନେଇ ମାମଲା ରୁଜୁ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଦିଅର ଜୟାନନ୍ଦ କୋଟ୍ଟାରୀକୁ ଗିରଫ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.