ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା !

Published By : Prameya-News7 Bureau | July 13, 2020 IST

ବଡ଼ବିଲ ୧୩।୦୭: ବେକରେ ଦଉଡ଼ି ଦେଇ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ । ଯୋଡ଼ା ଥାନା ଆଜାଦ୍ ବସ୍ତି ଅଂଚଳରେ ଯୁବକଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଆଜାଦ୍ ବସ୍ତି ଅଂଚଳର ଗଦାଧର ମହାକୁଡ଼ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

{"id":299863,"sizeSlug":"large"}

ସୂଚନାଯୋଗ୍ୟ ଯେ,  ଆଜି ସକାଳ ସମୟରେ ବସ୍ତି ନିକଟରେ ଥିବା ଏକ ବିଦ୍ୟୁତ ଟାଓ୍ୱାରରେ ଯୁବକ ଜଣଙ୍କ ଝୁଲୁଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ମୃତଦେହ ଝୁଲୁଥିବାର ଦେଖିବା ପରେ ଯୋଡ଼ା ଥାନା ପୋଲିସକୁ ସୂଚନା ଦିଆଯାଇଥିଲା । ଖବର ପାଇବା ମାତ୍ର ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରି ଛାନଭିନ୍ ଜାରି ରଖିଛି  । ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗଦାଧର କେଉଁ ପରିସ୍ଥିତିରେ ଏଭଳି ନିଷ୍ପତି ନେଲେ ସେନେଇ ଖୋଲତାଡ଼ ଆରମ୍ଭ କରିଛି  ଯୋଡ଼ା ଥାନା ପୋଲିସ । ବିଭିନ୍ନ ଦିଗରୁ ଛାନଭିନ୍ ଜାରି ରଖିଛି ପୋଲିସ । ତେବେ ଘରୋଇ ସମସ୍ୟା ଯୋଗୁ ସେ ଏପରି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ମୃତଦେହକୁ ଜବତ କରି ପୋଲିସ ଶବ ବ୍ୟବେଚ୍ଛଦ ପାଇଁ ପଠାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.