ବୌଦ୍ଧ ୨୯।୦୨ : ବୌଦ୍ଧ ଜିଲ୍ଲାର ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା । ନିଜ ସରକାରୀ ଘର ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷ । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆଦର୍ଶ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
{"id":915059,"sizeSlug":"full","linkDestination":"none"}![](https://www.prameyanews7.com/wp-content/uploads/2024/02/vlcsnap-2024-02-29-07h18m53s200.png)
ଖବର ଅନୁଯାୟୀ, ପ୍ରଦୀପ କୁମାର ଘୋଷ ବୌଦ୍ଧ ଜଳ ସମ୍ପଦ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ପ୍ରତ୍ୟେକ ଦିନ ଭଳି ସେ କାର୍ଯ୍ୟାଳୟକୁ ଯାଇଥିଲେ । ଅପରାହ୍ନରେ ଖାଇବାକୁ ଆସି ଆଉ ଅଫିସକୁ ଫେରିନଥିଲେ। ସହକର୍ମୀ ମାନେ ରାତି ସମୟରେ ଆସି ତାଙ୍କୁ ଡାକିଥିଲେ । ହେଲେ ଘର ଭିତରୁ କୌଣସି ଉତ୍ତର ଆସିନଥିଲା । ଯାହାକୁ ନେଇ ସହକର୍ମୀ ମାନେ ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ ଏବଂ ଯନ୍ତ୍ରୀ ଜଣକ ପଙ୍ଖାରେ ଏକ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ଆଦର୍ଶ ଥାନା ପୋଲିସକୁ ଏନେଇ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
{"id":915060,"sizeSlug":"full","linkDestination":"none"}![](https://www.prameyanews7.com/wp-content/uploads/2024/02/vlcsnap-2024-02-29-07h18m59s715.png)
ସେପଟେ ପ୍ରଦୀପ କିଛି ଦିନ ହେବ ମାନସିକ ଚାପରେ ରହୁଥିବା ସହକର୍ମୀ ମାନେ ଅନୁଭବ କରୁଥିଲେ । ଯାହାକୁ ନେଇ ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପ୍ରଦୀପ କୁମାର ଘୋଷଙ୍କ ଘର ବାରିପଦାରେ ହୋଇଥିବା ବେଳେ ଅବିବାହିତ ଥିଲେ । ବୌଦ୍ଧରେ ସରକାରୀ ବାସଭବନରେ ସେ ଏକୁଟିଆ ରହୁଥିଲେ। ତେବେ କେଉଁ କାରଣରୁ ସେ ମାନସିକ ଚାପରେ ରହୁଥିଲେ ? ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତରେ ଏହି ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଦାବି ହୋଇଛି ।
wp:embed {"url":"https://www.prameyanews7.com/indian-super-league-isl-points-table-toppers-odisha-fc-will-face-east-bengal-fc-at-the-kalinga-stadium/","type":"wp-embed","providerNameSlug":"prameya-news-7"}