ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ ଯୁବକ, ଡାକ୍ତରଙ୍କୁ ଦେଖାଇବା ପରେ ହୋଇଗଲେ ଆଶ୍ଚର୍ଯ୍ୟ: ନାକ ଭିତରେ ଉଠିଛି…

Published By : Prameya-News7 Bureau | February 23, 2022 IST

ନୂଆଦିଲ୍ଲୀ ୨୩/୦୨: ବିଶ୍ବରେ ଅନେକ ଆଶ୍ଚର୍ଯ୍ୟମୟ ଘଟଣାମାନ ଘଟିଥାଏ । ପ୍ରତିଦିନ କୌଣସି ନା କୌଣସି ସ୍ଥାନରୁ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସିଥା ଏ । ନିକଟରେ ଜଣେ ବ୍ୟକ୍ତିଙ୍କ ଶରୀରରେ ଆଶ୍ଚର୍ଯ୍ୟ କରିବା ଭଳି ଅଙ୍ଗ ବିକଶିତ ହୋଇଛି । ଦୀର୍ଘଦିନ ଧରି ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାରୁ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଅନେକ ପରୀକ୍ଷାନୀରିକ୍ଷା କରିବା ପରେ ଚକିତ କରିବା ଭଳି ତଥ୍ୟ ପାଇଥିଲେ ଡାକ୍ତର ।

୩୮ ବର୍ଷୀୟ ସେହି ବ୍ୟକ୍ତିଙ୍କ ନାକ ଭିତରେ ଅପ୍ରତ୍ୟାଶିତ ଭାବେ ଦାନ୍ତ ଉଠିଥିବା ଜଣାପଡିଥିଲା । ଏଭଳି ବିରଳ ଘଟଣା ଇତିହାସରେ କେବେ କେହି ପ୍ରାୟ ଶୁଣିନଥିବେ । ଡାହାଣ ପାଖ ନାକ ଭିତରେ ଦାନ୍ତ ଉଠିଥିବାରୁ ବ୍ୟକ୍ତି ଜଣତ ନିଶ୍ବାସ ନେବାରେ ଖୁବ ଅସୁବିଧାର ଭୋଗୁଥିଲେ । ଦାନ୍ତର ଲମ୍ବ ପ୍ରାୟ ୧୪ଏମ୍‌ଏମ୍‌ ।

ମେଡିକାଲ ସାଇନ୍ସ ଇତିହାସରେ ଏହା ଏକ ବିରଳ ଘଟଣା କ୍ରମ ଥିଲା । ତେବେ ସର୍ଜରୀ ପରେ ଡାକ୍ତରମାନେ ନାକ ଭିତରୁ ଦାନ୍ତକୁ ବାହାର କରିବାରେ ସଫଳ ହୋଇଥିଲେ । ନାକ ଭିତରେ ସର୍ଜରୀ କରି ଦାନ୍ତ ବାହାର କରିବା ବେଶ୍‌ ଜଟିଳ ପ୍ରକ୍ରିୟା ଥିଲା ବୋଲି ସର୍ଜନ୍‌ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.