ଉଚ୍ଚତା ବୃଦ୍ଧି କରିବାକୁ ଖର୍ଚ୍ଚ କଲେ ୧.୨ କୋଟି, ସର୍ଜରୀ ପରେ ବଢ଼ିଲା ୩ ଇଞ୍ଚ

Published By : Prameya-News7 Bureau | November 18, 2022 IST

ନୂଆଦିଲ୍ଳୀ, ୧୮/୧୧: ଆପଣ ଅନେକ ସମୟରେ ଲୋକଙ୍କ ଅଜବ ଅଜବ ସଉକ ଦେଖିଥିବେ। କେହି ନିଜ ଶରୀରରେ ଟାଟୁ କରିବାକୁ ପସନ୍ଦ କରିଥାନ୍ତି ତ’ କେହି ପୁଣି ନିଜକୁ ସୁନ୍ଦର କରିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ କରିଥାନ୍ତି। କିନ୍ତୁ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ।

ଆପଣ ଡେଙ୍ଗା ହେବା ପାଇଁ ଅନେକ ଉପାୟ କରିବା କଥା ଶୁଣିଛନ୍ତି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ବ୍ୟକ୍ତି ଉଚ୍ଚତା ବଢ଼ଇବା ପାଇଁ ପ୍ରାୟ ୧୩୦,୦୦୦ ପାଉଣ୍ଡ ବା ୧.୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଖାଲି ସେତିକି ନୁହେଁ ଏଥିପାଇଁ ସେ କଷ୍ଟସାଧ୍ୟ ସର୍ଜରୀ ମଧ୍ୟ କରାଇଛନ୍ତି।

ଡେଲି ଷ୍ଟାରର ଏକ ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ସର୍ଜରୀ କରି ନିଜ ଉଚ୍ଚତାକୁ ତିନି ଇଞ୍ଚ ବଢ଼ାଇଛନ୍ତି। ରଏ କନ୍ ନାମକ ଏହି ବ୍ୟକ୍ତି ଏହି କଷ୍ଟସାଧ୍ୟ ସର୍ଜରୀ କରାଇଛନ୍ତି। ଯେଉଁଥରେ ଜଙ୍ଘ ହାଡ଼କୁ ଭାଙ୍ଗିବାକୁ ପଡ଼ିଥାଏ। ଆଉ ଏଭଳି ସେ ଏଥିପାଇଁ କରିଥିଲେ କାରଣ ସେ ତାଙ୍କର ପାଞ୍ଚ ଫୁଟ୍ ଛଅ ଇଞ୍ଚ ଉଚ୍ଚତାକୁ ନେଇ ଚିନ୍ତିତ ଥିଲେ । ତେବେ ସର୍ଜରୀ ପରେ ଏହି ୬୮ ବର୍ଷୀୟ ବ୍ୟକ୍ତିଙ୍କ ଉଚ୍ଚତା ପାଞ୍ଚ ଫୁଟ୍ ୯ ଇଞ୍ଚ ହୋଇଛି। ସର୍ଜରୀ ପାଇଁ ୨ ମାସରୁ ଅଧିକ ସମୟ ଲାଗିଥିଲା।

ଲାସ ଭେଗାସର କସମେଟିକ୍ ସର୍ଜନ ବିଶେଷଜ୍ଞ କେଭିନ୍ ଦେବୀପ୍ରସାଦ ଏହି ସର୍ଜରୀ କରିଛନ୍ତି। ଏହାକୁ ନେଇ କନ୍ କହିଛନ୍ତି ଏହା ତାଙ୍କ ପାଇଁ ବଡ଼ କଥା କଥା ନୁହେଁ। ସେ ଯୁବାବସ୍ଥାରୁ ହିଁ ଉଚ୍ଚତା ବଢ଼ାଇବା ପାଇଁ ଚାହୁଥିଲେ । ସେ କହିଥିଲେ ଯେ ତାଙ୍କୁ ତାଙ୍କର ଉଚ୍ଚତା ସବୁବେଳେ କମ୍ ଲାଗୁଥିଲା। ଏଥିପାଇଁ ସେ ସର୍ଜରୀ କରିବାକୁ ନିଷ୍ପତ୍ତି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.