ପୁରୁଷମାନେ ରାତିରେ ଏହି ଭୁଲ୍ କରନ୍ତୁ ନାହିଁ : ନହେଲେ ହୋଇଯିବେ ଦରିଦ୍ର,ଭିକାରୀ

Published By : Prameya-News7 Bureau | December 18, 2018 IST

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଧନୀ ଦେବାକୁ ଚାହିଁଥାଏ । କେହି ବି ଗରିବ ହେବାକୁ ଚାହାନ୍ତି ନାହିଁ। କିନ୍ତୁ ଅଜାଣତରେ ହେଉ ପଛେ, ଏମିତି କିଛି କାମ କରିବା ଦ୍ବାରା ଦାରିଦ୍ର୍ୟ କେବେ ଛାଡିନଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ବିଭିନ୍ନ ପ୍ରକାରର ଉତ୍ଥାନ ପତନ ରହିଛି। ତେବେ ନୀତି ନିୟମ ମଧ୍ୟରେ ରହିଲେ ଖରାପ ସମୟ ଭଲ ସମୟରେ ପରିଣତ ହୋଇପାରେ । ସେହି ନିୟମ ଭିତରୁ କେତୋଟି ହେଲା-

-ଯେଉଁ ବ୍ୟକ୍ତି ରାତିରେ ବା ଗୁରୁବାର ଦିନ ନଖ କାଟିଥାନ୍ତି ସେମାନଙ୍କ ଘରୁ ମା ଲକ୍ଷ୍ମୀ ସବୁଦିନ ପାଇଁ ଚାଲି ଯାଆନ୍ତି ଏବଂ ସେମାନେ ଗରିବ ହୋଇଯିବା ସହ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି।

-ଶାସ୍ତ୍ରରେ ଲେଖାଯାଇଛି ଯେ ଯେଉଁମାନେ ସନ୍ଧ୍ୟାବେଳେ ଝାଡ଼ୁ କରିଥାଆନ୍ତି ସେମାନଙ୍କ ଉପରେ ମାଆ ଲକ୍ଷ୍ମୀ ରାଗିଯାଆନ୍ତି ଏବଂ  ସେ ଲକ୍ଷ୍ମୀଛଡା ହୁଅନ୍ତି।

-ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ପୁରୁଷମାନେ ରାତିରେ ଶେଭିଙ୍ଗ୍ କରିବା ଉଚିତ୍ ନୁହେଁ,  କାରଣ ଏହା ଫଳରେ ଧନଲାଭ ଅଧାରୁ ରହିଯାଇଥାଏ । ଯେଉଁ ବ୍ୟକ୍ତିମାନେ ଏପରି କରିଥାଆନ୍ତି ସେମାନଙ୍କ ଘରୁ ମାଆ ଲକ୍ଷ୍ମୀ ରାଗି ପଳାଇଯାଆନ୍ତି।

-ଯେଉଁ ବ୍ୟକ୍ତିମାନେ ଅପରିଷ୍କାର ହାତରେ ତୁଳସୀ ମାଆକୁ ଛୁଇଁ ଥାଆନ୍ତି ସେମାନେ କିଛି ଦିନ ମଧ୍ୟରେ ଗରିବ ହୋଇଯାଆନ୍ତି । ଶାସ୍ତ୍ରରେ ତୁଳସୀ ଗଛକୁ ଶୁଭ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.