ଝିଅକୁ କୋଚିଂ ସେଣ୍ଟରକୁ ନେଇ ଯିବା ବେଳେ ବାଜିଲା ଗୁଳି, ଗ୍ୟାଙ୍ଗ୍ଷ୍ଟର ସହ ଚାଲିଗଲା ବ୍ୟକ୍ତିଙ୍କ ଜୀବନ
3/12/2022 at 11:05 PM

ଜୟପୁର, ୦୩/୧୨: ଝିଅକୁ କୋଚିଂ ସେଣ୍ଟରରେ ଆଡ୍ମିସନ୍ କରିବା ପାଇଁ ଯାଉଥିବା ବେଳେ ଚାଲିଗଲା ଜୀବନ । ଗ୍ୟାଙ୍ଗ୍ଷ୍ଟରକୁ ଗୁଳି କରୁଥିବା ବେଳେ ଗ୍ୟାଙ୍ଗ୍ଷ୍ଟର ସହ ଜଣେ ସାଧାରଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଜୟପୁର ସିକର ସିଟିର ପିପ୍ରାଲି ରୋଡ୍ ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି । ଉକ୍ତ ଅଞ୍ଚଳର ଗ୍ୟାଙ୍ଗ୍ଷ୍ଟର ରାଜୁ ଥେଥ୍ ନିଜ ଘରର ଗେଟ୍ ଭିତରକୁ ପ୍ରବେଶ କରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ତା ଉପରକୁ ଆତର୍କିତ ଗୁଳି ଚଳାଇଥିଲେ । ଫଳରେ ଗୁଳି ରାଜୁ ଦେହରେ ବାଜିବା କିଛି ସାଧାରଣ ଲୋକଙ୍କ ଦେହରେ ବାଜିଥିଲା । ଗୁଳିମାଡ଼ରେ ରାଜୁର ମୃତ୍ୟୁ ସହ ଅନ୍ୟଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଜଣେ ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି ।
ଗୁଳିମାଡ଼ରେ ମୃତ ସାଧାରଣ ବ୍ୟକ୍ତିଙ୍କ ନାମ ତାରାଚାନ୍ଦ କାଦ୍ୱାସାରା ବୋଲି ଜଣାପଡ଼ିଛି । ଘଟଣା ଘଟିଥିବା ଅଞ୍ଚଳରେ ବହୁତ କୋଚିଂ ସେଣ୍ଟର ରହିଛି । ତାରାଚାନ୍ଦ ତାଙ୍କ ଝିଅକୁ ନେଇ ଏକ କୋଚିଂ ସେଣ୍ଟରରେ ଆଡ୍ମିସନ୍ ପାଇଁ ଯାଇଥିବା ସମୟରେ ତାଙ୍କ ଉପରେ ଗୁଳିବାଜି ଥିଲା । ଏଥିରେ ତାଙ୍କର ପ୍ରାଣ ଯାଇଥିବା ବେଳେ ତାଙ୍କ ସଂପର୍କୀୟ ଆହତ ହୋଇଛନ୍ତି ।
ଗୁଳିମାଡ଼ ସମୟର ଭିଡିଓ ସିସିଟିଭିରେ କଏଦ୍ ହୋଇଛି । ରାଜୁର ଭାଇ ଗୁଳିମାଡ଼ ସମୟରେ ଏକ ହଷ୍ଟେଲ୍ ଭିତରକୁ ଦୌଡ଼ି ପଳାଇ ଯିବାରୁ ବର୍ତ୍ତି ଯାଇଛନ୍ତି । ପୋଲିସ୍ର ସୂଚନା ମୁତାବକ ରାଜୁ ଦେହରେ ୩ଟି ଗୁଳି ବାଜିଥିଲା । ସେଖାୱାତି ଅଞ୍ଚଳର ଏକ ଗ୍ୟାଙ୍ଗ୍ ସହ ତାର ଝଗଡ଼ା ରହିଥିଲା । ୪ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ପରେ ଲରେନ୍ସ ବିସ୍ନୋଇ ଗ୍ୟାଙ୍ଗ୍ର ଜଣେ ସଦସ୍ୟ ରୋହିତ ଗୋଦରା ଏ ଘଟଣା ପାଇଁ ନିଜକୁ ଦାୟୀ କରି ଫେସ୍ବୁକ୍ରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ପୋଲିସ୍ ସେମାନଙ୍କୁ ବିଭିନ୍ନ ଜାଗାରେ ଖୋଜୁଥିବା ଜଣାପଡ଼ିଛି ।