ପୁଅର ଗୁଳିରେ ବାପାର ମୃତ୍ୟୁ

Published By : Prameya-News7 Bureau | June 15, 2018 IST

ଦେବଗଡ଼ ଜିଲ୍ଲା ସୁରୁଙ୍ଗିପାଳ ଗାଁରେ ମଦ୍ୟପ ପୁଅର ଗୁଳିରେ ବାପା ଭାଗିରଥି ମୁଣ୍ଡାଙ୍କ ଜୀବନ ଯାଇଛି | ରଜ ପାଇଁ ଗତରାତିରେ ବାପା ପୁଅ ଉଭୟ ଦେଶୀ ମଦ ପିଇ ମାତାଲ ଥିଲେ | କୌଣସି କାରଣକୁ ନେଇ ଦୁଇ ଜଣକ ମଧ୍ୟରେ ଝଗଡା ହୋଇଥିଲା | ପ୍ରଥମେ ବାପା ଭାଗିରଥି ବନ୍ଧୁକ ଆଣି ପୁଅ ଉପରକୁ ଗୁଳି ଚଳାଇଥିଲେ | ପୁଅର ଜଙ୍ଘରେ ଗୁଳି ବାଜିଥିଲା | ସେହି ବନ୍ଧୁକ ଛଡାଇ ପୁଅ ବାପା ଉପରକୁ ଗୁଳି ଚଳାଇଥିଲା | ଘଟଣାସ୍ଥଳରେ ହିଁ ବାପାର ମୃତ୍ୟୁ ହୋଇଥିଲା | ଗୁରୁତର ପୁଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ପୋଲିସ ଏଯାଏଁ ଘଟଣାସ୍ଥଳରେ ପହଂଚିନି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.