ଏକତରଫା ପ୍ରେମରେ ଡାନ୍ସରଙ୍କୁ ଗୁଳି କଲା ପାଗଳ ପ୍ରେମିକ : ବିବାହ ବିଚ୍ଛେଦ ପରେ ମାଙ୍କ ଓର୍କେଷ୍ଟାରେ କରୁଥିଲେ କାମ

Published By : Prameya-News7 Bureau | December 11, 2020 IST

 ରକ୍ସୌଲ ୧୧/୧୨: ବିହାରରେ ପୂର୍ବ ଚମ୍ପାରଣ ଜିଲ୍ଲାର ରକ୍ସୌଲର କୋଚରଓ୍ବାଡ଼ି ଗାଁରେ ଭଡ଼ାଘରେ ରହୁଥିବା ପୂଜା କୁମାରୀଙ୍କୁ ଏକତରଫା ପ୍ରେମ ଚକ୍କରରେ ସେହି ଗାଁର ଜଣେ ଯୁବକ ଗୁରୁବାର ରାତିରେ ଘରେ ପଶି ଗୁଳି କରି ଦେଇଛନ୍ତି। ପୂଜାଙ୍କ ହାତରୁ ବହୁତ କଷ୍ଟରେ ଡାକ୍ତର ଗୁଳି ବାହାର କରିଥିଲେ।

{"id":375960,"sizeSlug":"large","linkDestination":"none"}

ପଶ୍ଚିମ ଚମ୍ପାରଣର ମୂଳ ବାସିନ୍ଦା ୨୬ବର୍ଷୀୟା ପୂଜାଙ୍କ ବିବାହ ସମସ୍ତିପୁର ପୂସା ବାସିନ୍ଦା ବିଜୟ ଠାକୁରଙ୍କ ସହ ହୋଇଥିଲା ଯାହାଠୁ ତାଙ୍କର ୩ପିଲା ଅଛନ୍ତି। ୪ବର୍ଷ ତଳେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଯିବାରୁ ପୂଜା ନିଜ ପିଲାଙ୍କ ସହ ତାଙ୍କ ମାଙ୍କ ପାଖକୁ ଚାଲି ଆସିଥିଲେ।

{"id":375961,"sizeSlug":"large","linkDestination":"none"}

ପୂଜାଙ୍କ ମାଆ ନୀତୁ ସକ୍ସେନା ଓର୍କେଷ୍ଟା ଚଲାନ୍ତି। ଘର ଚଳାଇବା ପାଇଁ ପୂଜା ଏହି ଓର୍କେଷ୍ଟାରେ ଡାନ୍ସରର କାମ କରିବାକୁ ଲାଗିଲେ। ଆଦାପୁରର ଶ୍ୟାମପୁର ବଜାରରେ ରହୁଥିବା ଆଜାଦ ଅନସାରୀ ୩ବର୍ଷରୁ ପୂଜାଙ୍କୁ ଏକତରଫା ଭଲ ପାଉଥିଲା। କିନ୍ତୁ ପୂଜା ଏବଂ ପରିବାର ଲୋକେ ବିକାହ କରିବାକୁ ରାଜି ହୋଇନଥିଲେ।

ପାଗଳ ପ୍ରେମିକ ଆଜାଦ ଅନସାରୀ ପରିବାର ଲୋକ ଏବଂ ଗାଁଲୋକ ବୁଝାଇବା ପରେ ମାନିନଥିଲା ଏବଂ ପୂଜା ପ୍ରେମରେ ପାଗଳ ହୋଇଥିଲା। ନିଜ ପ୍ରେମକୁ ହାସଲ ନ କରିପାରିଥିବାରୁ ଅନସାରୀ ବିଳମ୍ବିତ ରାତିରେ ତାଙ୍କ ଘରେ ପଶି ପୂଜାଙ୍କୁ ଗୁଳି କରିଥିଲା କିନ୍ତୁ ତାହା ତାଙ୍କ ଛାତିରେ ନବାଜି ହାତରେ ବାଜିଥିଲା।। ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ ରକ୍ସୌଲର ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ନେଇଯାଇଥିଲେ। ଏଠାରେ ଡାକ୍ତରଙ୍କ ଟିମ୍ କଠୋର ପରିଶ୍ରମ କରି ପୂଜା ହାତରୁ ଗୁଳି ବାହାର କରିଥିଲେ। ପୂଜାଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି।

ପୀଡ଼ିତା ପୂଜା ପୋଲିସକୁ କହିଥିଲେ ଯେ ଆଜାଦ ଅନସାରୀ ତାଙ୍କୁ ଭଲ ପାଉଥିଲା କିନ୍ତୁ ସେ ଏହାର ବିରୋଧ କରୁଥିଲେ। ତେଣୁ ସେ ଏଥିରେ ରାଗିଯାଇ ରାତିରେ ତାଙ୍କ ଘରେ ପଶି ପୂଜାଙ୍କୁ ଗୁଳି କରି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.