ନୀଳଗିରିରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
29/10/2018 at 11:49 AM

ବାଲେଶ୍ବର ୨୯/୧୦: ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମହିସାପଟା ପଂଚାୟତ ଅଧିନସ୍ଥ ହାତିଆଶିଳା ଗ୍ରାମରେ ଆଜି ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।ଏହି ଗ୍ରାମରେ କାଲି ରାତ୍ରିସାରା କରମ ନାଟ ହେଉଥିବାବେଳେ ସକାଳୁ ଅର୍ଜୁନ ସିଂ ଙ୍କ ପୁଅ ଶିବପ୍ରସାଦ ସିଂ(୫୨)ନାମକ ଯୁବକ ପଡ଼ିଆରେ ଥିଲେ।ପାଖରେ ଜଙ୍ଗଲ ହୋଇଥିବାରୁ ଏକ ଭାଲୁ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା।ତାଙ୍କୁ ଗୁରୁତର ଭାବେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଶିବପ୍ରସାଦଙ୍କ ଜଙ୍ଘରେ ଗଭୀର କ୍ଷତ ଲାଗିଥିବା ଜଣାପଡିଛି।
Related Posts
ଇଂଲିସ୍ ମିଡିୟମ୍ ସ୍କୁଲ୍ରେ ବିସ୍ଫୋରଣ; ୩ ଛାତ୍ର ଗୁରୁତର
1 February 2023