ଅନୁଗୋଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

Published By : Prameya-News7 Bureau | July 26, 2019 IST

ଅନୁଗୋଳ ୨୬|୭: ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ମିଳିଛି ଫାଶୀ ଦଣ୍ଡାଦେଶ । ଅନୁଗୋଳ ଏଡିଜେ କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀ ୧୯ତାରିଖରେ ଏହି ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିଥିଲା । ଅନୁଗୁଳ ସଦର ଥାନା ଅନ୍ତର୍ଗତ କାଲୁଗାଁର ଜଣେ ନାବାଳିକାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା । ନାବାଳିକା ଜଣଙ୍କ ଅପରାହ୍ନରେ ତାଙ୍କ ବାପାଙ୍କ ନିକଟକୁ ଖାଇବାକୁ ନେଇ ଯାଉଥିବା ବେଳେ ହିଁ ସେହି ଗାଁର ଅନାମ ଦେହୁରୀ ନାବାଳିକାକୁ ପାଶବିକ ଅତ୍ୟାଚାର କରିଥିଲା । ନାବାଳିକାକୁ ଅପହରଣ କରିନେବା ପରେ ତାଙ୍କୁ ଦୁଷ୍କର୍ମ କରିଥିଲା । ଏହାପରେ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲା । କାଙ୍ଗୁଲାର ଦକ୍ଷିଣକାଳୀ ମନ୍ଦିର ପଛପଟୁ ନାବାଳିକାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହତ୍ୟା ପରେ ସେ ଫେରାର ହୋଇଯାଇଥିଲା । ପୋଲିସ ତାକୁ ଗିରଫ କରି ତା ବିରୋଧରେ କୋର୍ଟ ଚାର୍ଜସିଟ୍ ଦାଖଲ କରିଥିଲା ।

ମାମଲା ଅନୁଗୋଳ ଏଡିଜେ କୋର୍ଟ ଚାଲିଥିବା । ୩୬ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ କୋର୍ଟ । ଘଟଣାରେ ଅଭିଯୁକ୍ତ ଅନାମ ଦେହୁରୀକୁ ଆଜି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.