ମାନବିକତା ପାଇଁ ଦରକାର ନାହିଁ ସାର୍ଟିଫିକେଟ୍, କୁକୁରକୁ ବଞ୍ଚାଇ ଯୁବକ ଦେଲେ ଉଦାହରଣ

Published By : Prameya-News7 Bureau | December 19, 2022 IST

ନୂଆଦିଲ୍ଳୀ, ୧୯/୧୨: କୁହାଯାଏ ମନୁଷ୍ୟ ଭଗବାନଙ୍କ ଶ୍ରେଷ୍ଠ ସୃଷ୍ଟି। ମନୁଷ୍ୟର ମାନବିକତା ହିଁ  ତାକୁ ଦେଇ ପ୍ରକୃତ ପରିଚୟ। ମାନବିକତା ପାଇଁ ହିଁ ମନୁଷ୍ୟ ପଶୁଙ୍କ ଠାରୁ ଭିନ୍ନ। କେବଳ ଯେ ମାନବିକତା ନୁହେଁ ଯତ୍ନଶୀଳତା, ଦୟାବାନ ସ୍ବଭାବ ରହିଛି ମନୁଷ୍ୟଠାରେ। ଏହି ସବୁ ଗୁଣ ହିଁ ମନୁଷ୍ୟକୁ ଶ୍ରେଷ୍ଠତାର ପରିଚୟ ଦେଇଥାଏ। ଏବେ ଏପରି ଜଣେ ବ୍ୟକ୍ତି କିଛି ଏଭଳି କାମ କରି ମାନବିକତାର ପରିଚୟ ଦେଇଛନ୍ତି। ବ୍ୟକ୍ତିଜଣକ ନିଜ ଜୀବନକୁ ବାଜି ଲଗାଇ ଏକ କୁକୁରର ଜୀବନ ବଞ୍ଚାଇଛନ୍ତି।  

ପ୍ରକୃତରେ ଏକ ଜଳଭଣ୍ଡାରରେ ଫସିଯାଇଥିଲା ଏକ କୁକୁର। ଏହି ଜଳଭଣ୍ଡାରରେ ପାଣି ମଧ୍ୟ ଅତି ପ୍ରଖର ଗତିରେ ପ୍ରବାହିତ ହେଉଥିଲା। ଆଉ ଏହି ସମୟରେ ଜଣେ ବ୍ୟକ୍ତି ମାନବିକତାର ପରିଚୟ ଦେଇ ଉକ୍ତ କୁକୁରଟିକୁ ଉଦ୍ଧାର କରିଥିଲେ। ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ୟୁଜର୍ସ ମଧ୍ୟ ତାଙ୍କୁ ପ୍ରଶଂସ କରୁଛନ୍ତି।

ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ଏକ ରସି ସାହାଯ୍ୟରେ ଜଳଭଣ୍ଡାରରେ ତଳକୁ ଯାଉଛନ୍ତି ଏବଂ ଫସି ରହିଥିବା କୁକୁରକୁ ଉଦ୍ଧାର କରୁଛନ୍ତି। ପ୍ରକୃତରେ କୁକୁରଟି ଜଳଭଣ୍ଡାରର ଏହି ତୀକ୍ଷ୍ନ କାନ୍ଥକୁ ଚଢ଼ିବାରେ ଅସମର୍ଥ ଥିଲା। ତେବେ କିଛି ସମୟରେ ପରିଶ୍ରମ ପରେ କୁକୁରଟିକୁ ଉଦ୍ଧାର କରାଯାଇପାରିଥିଲା। ଦେଖନ୍ତୁ ଭିଡିଓ...

wp:embed {"url":"https://twitter.com/i/status/1603240009238134784","type":"rich","providerNameSlug":"twitter","responsive":true}
https://twitter.com/i/status/1603240009238134784
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.