ପ୍ରେମରେ ଧୋକାପାଇ ଯୁବକ ପ୍ରେମିକା ଉପରେ ନୁହେଁ ନିଜ ଉପରେ ନେଲା ପ୍ରତିଶୋଧ, ନିଜ ବନ୍ଧୁକରୁ ଗୁଳି ଫଟାଇ ନିଜେ କଲା ଆତ୍ମହତ୍ୟା
15/01/2019 at 8:06 PM

ମୁରାଦାବାଦ ୧୫/୧- ପ୍ରେମ ପାଇଁ ତ୍ୟାଗ କରିପାରେ ପ୍ରେମିକ । ପ୍ରେମରେ ଧୋକା ପାଇବା ପରେ ବି ପ୍ରେମିକା ଉପରେ ପ୍ରତିଶୋଧ ନ ନେଇ ନିଜ ଉପରେ ନେଇଛି ପ୍ରତିଶୋଧ । ଏହିଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମୁରାଦାବାଦ ଅଂଚଳରେ ।ପ୍ରେମିକା ପାଇଁ ନିଜ ବନ୍ଧୁକରୁ ନିଜେ ଗୁଳିଖାଇ କରିଛି ଆତ୍ମହତ୍ୟା ।
ମୁରାଦାବାଦର ମହଲା କୁତୁବ ମିଆଁ ଫାଟକ ନିକଟରେ ରହୁଥିଲେ ମୁରଲୀଲାଲର ପରିବାର । ୨୧ ବର୍ଷ ବୟସ୍କ ସାନୁ ଥିଲା ମୁରଲୀଲାଲଙ୍କ ପୁଅ । ସେ ଜଣେ ସ୍ଥାନୀୟ ଯୁବତୀଙ୍କୁ ଭଲ ପାଉଥିବା କଥା ପରିବାର ଲୋକ ପ୍ରକାଶ କରିଛନ୍ତି ।

ପରିବାର ଲୋକ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି, ଲଗାତର ଭାବେ ୨/୩ଦିନ ଧରି ରାତିସାରା ମୋବାଇଲରେ କାହା ସହ କଥା ହେଉଥିବା ପ୍ରକାଶ କରିଛନ୍ତି ।
ସାନୁ ପ୍ରେମ ସଂପର୍କରେ କିଛିଦିନ ହେଲା ଥିଲେ ମଧ୍ୟ ମାନସିକ ଭାବେ ଭାରାକ୍ରାନ୍ତ ଥିଲେ । ଏହିସବୁ କାରଣରୁ ତାଙ୍କ ମୃତ୍ୟୁହୋଇଥିବା ପୋଲିସ କହିଛି ।