ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଭୁଲରେ ଅନୁପ୍ରବେଶ କରିଥିଲେ ଜଣେ ବାଙ୍ଗଲାଦେଶୀ, ଦୀର୍ଘ ଦିନ ପରେ ସ୍ବଦେଶ ଫେରିଲେ ଯୁବକ

10/02/2023 at 10:46 AM

ଜଗତସିଂହପୁର ୧୦।୦୨ : ଭୁଲରେ ଅନୁପ୍ରବେଶ ହୋଇ ଚାଲି ଆସିଥିଲେ ଜଣେ ବାଙ୍ଗଲାଦେଶୀ, ଦୀର୍ଘ ଦିନ ପରେ ସ୍ବଦେଶ ଫେରିଲେ ଯୁବକ l ମାଛ ଧରିବାକୁ ଆସି ବାଟବଣା ହୋଇ ଫସିଯାଇ ଥିଲେ ବାଙ୍ଗଲାଦେଶୀ ମହମ୍ମଦ ମିଜାନୁର ଶେଖ l ନିଜର କିଛି ଆବଶ୍ୟକୀୟ ପ୍ରମାଣ ପତ୍ର ନଥିବାରୁ ସେ ପାରାଦୀପର ଏକ ଚିଙ୍ଗୁଡ଼ି ଘେରିରେ କାର୍ଯ୍ୟ କରୁଥିବା ବେଳେ ଗିରଫ କରଥିଲା ପୋଲିସ l

ଖବର ଅନୁଯାୟୀ, ବାଂଲାଦେଶ ବାଗେରହାଟ ଜିଲ୍ଲାର ଚିଲ ସୁନ୍ଦରତଳ ଗାଁର ୫୨ ବର୍ଷ ବୟସ୍କ ମହମ୍ମଦ ମିଜାନୁର ଶେଖ ଭାରତକୁ ବେଆଇନ ଅନୁପ୍ରବେଶ ଅପରାଧରେ ୩ ବର୍ଷ କାରାଗାରରେ ରହିବା ପରେ ଦୀର୍ଘ ୫ ବର୍ଷ ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଛକରେ ଅବସ୍ଥିତ ଆଶ୍ରା ଜରା ନିବାସରେ ରହିଆସୁଥିଲେ ।

ଗତ ୨୦୨୨ ମାର୍ଚ୍ଚରେ ନାଉଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୭୫ ମସିହା ପୁରାତନ ଛାତ୍ରଛାତ୍ରୀମାନେ ଆଶ୍ରା ଜରାଶ୍ରମରେ ବସ୍ତ୍ର ଓ ଭୋଜନ ବିତରଣ କରିବା ସମୟରେ ମିଜାନୁର ଶେଖର ଦୟନୀୟ ଅବସ୍ଥା ଜାଣିପାରିଥିଲେ। ବିଦ୍ୟାଳୟର ପୁରାତନ ଛାତ୍ର ତପନ ଖାମାରୁ କୋଲକାତା ସ୍ଥିତ ବାଂଲାଦେଶ ଡେପୁଟି ହାଇ କମିଶନର, ବାଗେରହାଟ ଜିଲ୍ଲା ପୋଲିସ ମୁଖ୍ୟ, ଜଗତସିଂହପୁର ଜିଲ୍ଲାପାଳ, ଜଗତସିଂହପୁର ଜିଲ୍ଲା ପୋଲିସ ମୁଖ୍ୟ ସମସ୍ତଙ୍କୁ ଇ-ମେଲ ମାଧ୍ୟମରେ ଦୀର୍ଘ ୬ ମାସ ଧରି ଯୋଗଯୋଗ କରିଥିଲେ । ଏବେ ନାଉଗାଁ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଶିବିରରେ ବାଙ୍ଗଲାଦେଶୀକୁ ନିଜେ ସ୍ବଦେଶ ଫେରେଇବା ପାଇଁ ଆବେଦନ କରାଯାଇ ପୁନର୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଗୋଚର କରାଯାଇଥିଲା l

ବଙ୍ଗଳାଦେଶୀ ମହମ୍ମଦ ମିଜାନୁରଙ୍କୁ ତାଙ୍କ ସ୍ବଦେଶ ଫେରାଇବା ପାଇଁ ଜିଲ୍ଲାପାଳ ଆଵଶ୍ୟକୀୟ ପଦକ୍ଷପ ଗ୍ରହଣ କରିଥିଲେ । ପରେ ପ୍ରଶାସନ ପକ୍ଷରୁ ମିଜାନୁର ଶେଖଙ୍କ ସମ୍ପର୍କୀୟଙ୍କୁ ଅବଗତ କରାଯାଇଥିଲା l ଶେଷରେ ତାଙ୍କ ସ୍ବଦେଶ ଫେରାଇ ନେବା ପାଇଁ ଆସି ପହଂଚି ଥିଲେ ତାଙ୍କ ଭାଇ । ଦୀର୍ଘ ୮ ବର୍ଷ ପରେ ନିଜ ଭାଇକୁ ଦେଖି ଓ ନିଜ ଦେଶକୁ ଫେରିବା ପାଇଁ ହସ ଫୁଟିଥିଲା ମହମ୍ମଦ ମିଜାନୁର ଶେଖଙ୍କ ମୁହଁରେ। ଯିବା ପୂର୍ବରୁ ସମସ୍ତ ଅନ୍ତେଵାସୀଙ୍କ ଠାରୁ ବିଦାୟ ନେଇ ସ୍ୱଦେଶ ଫେରିଛନ୍ତି ମହମ୍ମଦ ମିଜାନୁର ଶେଖ ।

   Related Posts