ସ୍ତ୍ରୀ ଦେଲା ଧୋକ୍କା, ଶାଶୂକୁ ପ୍ରେମ କରି ପ୍ରତିଶୋଧ ନେଲେ ଯୁବକ

Published By : Prameya-News7 Bureau | December 14, 2021 IST

ନୂଆଦିଲ୍ଲୀ ୧୪।୧୨: ପ୍ରେମରେ ପ୍ରତାରଣାର ଶିକାର ଅନେକ ଯୁବକ ପ୍ରେମଠୁ ଦୂରେଇ ଯାଆନ୍ତି । ଆଉ କେହି କେହି  ରକ୍ତାକ୍ତ ପଦକ୍ଷେପ ନିଅନ୍ତି । କିନ୍ତୁ ଜଣେ ଯୁବକ ନିଜ ଧୋକାବାଜ୍ ପତ୍ନୀଙ୍କ ସହ ଏପରି କିଛି କରିଛନ୍ତି, ଯାହାକୁ ସେ ନିଜେ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି ।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ସୋସିଆଲ୍‌ ମିଡିଆରେ ଜଣେ ୟୁଜର ଲୋକଙ୍କୁ ଏକ ଅପିଲ କରିଥିଲେ । ନିଜ ଜୀବନର କିଛି ସିକ୍ରେଟ୍‌ ସୋସିଆଲ୍‌ ମିଡିଆରେ ସେ ସେୟାର କରିଥିଲେ । ଯେଉଁ କଥା କେହି ବି ସେୟାର କରିବାକୁ ଅସହଜ ମନେ କରିଥାଏ । ତେବେ ଯୁବକଙ୍କ ପୋଷ୍ଟରେ ଅନେକ ୟୁଜର୍ସ ଭିନ୍ନ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଇତିଲେ । କିନ୍ତୁ ଜଣେ ଯୁଜର୍ସ ଯାହା ଲେଖିଲେ, ତାହା ଶୁଣି ସମସ୍ତେ ଚକିତ ହୋଇଯାଇଥିଲେ ।

ଜଣେ ୟୁଜର୍ସ ନିଜର ସିକ୍ରେଟ୍‌ର ଖୁଲାସା କରିଛନ୍ତି । ସେ ଲେଖିଥିଲେ ଯେ, ମୋ ନିଜର ସେକ୍ସ ଜୀବନ ସହିତ ଜଡ଼ିତ କିଛି କଥା ମୁଁ ଆପଣମାନଙ୍କ ସହିତ ସେୟାର କରୁଛି । ଯାହାକୁ ଶୁଣିଲା ପରେ ଆପଣମାନଙ୍କୁ ଟିକିଏ ଦୁଃଖ ହେବ। ୟୁଜର୍ସ ଜଣଙ୍କ ଲେଖିଥିଲେ କି, ତାଙ୍କ ସ୍ତ୍ରୀ ତାଙ୍କୁ ଧୋକ୍କା ଦେଇଛନ୍ତି । ଯେତେବେଳେ ତାଙ୍କୁ ଏ ବିଷୟରେ ଖବର ମିଳିଥିଲା । ସେହି ସମୟ ଠାରୁ ସେ ତାଙ୍କ ସ୍ତ୍ରୀଙ୍କୁ ପାନେ ଦେବା ପାଇଁ ମନସ୍ଥ କରିଥିଲେ । ଯୁବକ ନିଜ ଧୋକ୍କାବାଜ୍‌ ସ୍ତ୍ରୀଙ୍କ ଶିକ୍ଷା ଦେବା ପାଇଁ ଶାଶୂଙ୍କ ସହିତ ସଂପର୍କ ଆରମ୍ଭ କରିଥିଲେ । ଦେଖୁ ଦେଖୁ ଶାଶୂ ଓ ଜ୍ୱାଇଁ ମଧ୍ୟରେ ନିବିଡତା ବଢିବାରେ ଲାଗିଥିଲା । ଏପିରିକି ଦୁହିଁଙ୍କ ମଧ୍ୟରେ ଶାରିରୀକ ସଂପର୍କ ମଧ୍ୟ ଗଢି ଉଠିଥିଲା । ସ୍ତ୍ରୀକୁ ପାନେ ଦେବା ପାଇଁ ମୁଁ ଏପରି କରିଥିଲି ବୋଲି ସେ ଜଣାଇଥିଲେ ।  

ୟୁଜର୍ସଙ୍କ ଏପରି ଲେଖା ପରେ ଅନେକ ନିଜ ନିଜ ସିକ୍ରେଟ୍‌ ସେୟାର କରିବାକୁ ଲାଗିଥିଲେ । ଆଉ ଜଣେ ୟୁଜର୍ସ ତ ଲେଖିଥିଲେ କି , ମୁଁ ଥରେ ଅଜବ ସ୍ଥିତିରେ ପଡିଯାଇଥିଲି । ହଟ୍‌ ଟବ୍‌ରେ ମୁଁ ନିଜ ଗାର୍ଲଫ୍ରେଣ୍ଡଙ୍କ ସହିତ ଗାଧୋଉଥିବା ବେଳେ ତାଙ୍କ ମାଆ ଦେଖିଦେଇଥିଲେ । ଏହାପରେ ବି ମୁଁ ମୋ ନିଜକୁ ରୋକି ପାରିନଥିଲି । ଏପରିକି ତାଙ୍କ ମାଆଙ୍କ ସହିତ ମଧ୍ୟ ସେହି ଅଜବ ସ୍ଥିତିରେ କଥା ମଧ୍ୟ ହୋଇଥିଲି ବୋଲି ସେ କମେଣ୍ଟ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.