ଏଥିପାଇଁ ରାଗିଗଲେ ସ୍ବାମୀ : ସ୍ତ୍ରୀ ଓ ଛୁଆ ସମେତ ୫ଜଣଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ

Published By : Prameya-News7 Bureau | November 22, 2019 IST

ହାଇଦ୍ରାବାଦ ୨୨।୧୧: ତେଲେଙ୍ଗାନା ସିଦ୍ଧପେଟ ଜିଲ୍ଲା ଖମ୍ମାପାଲ୍ଲୀ ଅଞ୍ଚଳର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦମ୍ପତିଙ୍କ ମଧ୍ୟରେ ଝଗଡା ହେବାରୁ ସ୍ବାମୀ ରାଗିଯାଇ ନିଜ ସ୍ତ୍ରୀ, ଦୁଇ ଛୁଆ, ଜଣେ ଶାଳକ ଓ ଶାଳୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛି ।

ସୂଚନାଯୋଗ୍ୟ ଯେ, ସିଦ୍ଧପେଟ ଜିଲ୍ଲା ଖମ୍ମାପାଲ୍ଲୀ ଅଞ୍ଚଳର ଲକ୍ଷ୍ମୀରାଜ୍ୟମଙ୍କ ସ୍ତ୍ରୀ ବାପଘରକୁ ଦୁଇମାସ ହେଲା ବୁଲିବାକୁ ଆସିଥିଲେ । ନିଜ ବାପଘରେ ଦୀର୍ଘ ଦୁଇମାସ ହେଲା ରହିବାକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ସ୍ବାମୀ ଲକ୍ଷ୍ମୀରାଜ୍ୟମ ରାଗିଯାଇ ନିଜ ସ୍ତ୍ରୀ, ଦୁଇ ଛୁଆ, ଶାଳକ ଓ ଶାଳୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛନ୍ତି ।

ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ସିକନ୍ଦରାବାଦ ସ୍ଥିତ ଗାନ୍ଧି ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.