ବହୁଚର୍ଚ୍ଚିତ ରୀନା ଓ ଚାରି ଶିଶୁ ହତ୍ୟାକାଣ୍ଡ ମାମଲା ଶୁଣାଣି କଲା କୋର୍ଟ, ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍

Published By : Prameya-News7 Bureau | March 20, 2019 IST

୨୦/୩-ମଧ୍ୟପ୍ରଦେଶ ଭିନ୍ଦ ବିରେନ୍ଦ୍ରନଗର ଅଂଚଳରେ ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାରେ କୋର୍ଟ ଶୁଣାଇଛି ରାୟ । ମାମଲାର ବିଚାର କରି  ଅଭିଯୁକ୍ତକୁ ଦେଇଛି ଆଜୀବନ ଜେଲଦଣ୍ଡ ।

୨୦୧୬ ମେ ମାସରେ ରୀନା ନାମକ ଜଣେ ମହିଳା ଓ ତାର ୪ଟି ଶିଶୁକୁ କେହି ତଣ୍ଟିକାଟି ହତ୍ୟା କରିଥିବା କଥା ଭିନ୍ଦ ଅଂଚଳରେ ଚର୍ଚ୍ଚା ପାଲଟିଯାଇଥିଲା । ଏହି ଅମାନୁଷିକ ହତ୍ୟାକାଣ୍ଡ ପଛରେ କାହାର ହାତ ଅଛି ବୋଲି ପୋଲିସ ତଦନ୍ତ କରୁଥିଲା ।

 ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଅଂକୁର  ଧରାପଡ଼ିବା ପରେ ଜଣାପଡ଼ିଥିଲା ସବୁ ଘଟଣା । ରୀନା ସହିତ ଅଂକୁରର ଅବୈଧ ସଂପର୍କ ଅନେକଦିନରୁ ଥିଲା । ଅନେକ ସମୟରେ ରୀନା ପାଖକୁ ଅଂକୁର ରାତିରେ ଆସୁଥିଲା । ରୀନା ସୁବିଧା ଦେଖି ଫୋନ କଲେ ପହଂଚିଯାଉଥିଲା ଅଂକୁର ।

ସେଦିନ ରୀନା ରାତି ୧୧ଟା ପରେ ଅଙ୍କୁରକୁ କରିଥିଲା ଫୋନ ।ଅଂକୁର ରାତିରେ ଆସି ରୀନା ସହିତ ରଖିଥିଲା ଶାରୀରିକ ସଂପର୍କ । ଏହି ସମୟରେ ସେ ପିଲାଙ୍କୁ ନିଦ ଟ୍ୟାବଲେଟ ଦେଇ ଶୋଇପକାଉଥିଲା । କିନ୍ତୁ ଏହି ସମୟରେ ରୀନାର ପାଖରେ ଶୋଇଥିବା ପିଲାଙ୍କ ମଧ୍ୟରୁ ଜଣେ ଉଠିପଡ଼ିଥିଲା ।ରୀନା ସହ ଅବୈଧ ସଂପର୍କ ରଖୁଥିବାର ଦେଖିନେଇଥିବାରୁ ଅଂକୁର ତଣ୍ଟି ଚିପି ମାରିଦେଇଥିଲା । ଏହାପରେ କାଳେ ଆଉ କିଏ ଚାହିଁଥିବ ଭାବି ଜଣେ ପରେ ଜଣେ ୪ଜଣଙ୍କର ଗଳାକାଟି ହତ୍ୟା କରିଥିଲା ଅଂକୁର । ଏହି ଘଟଣାକୁ   ବିରୋଧ କରିବାରୁ  ରୀନାର ଗଳାକାଟି ହତ୍ୟା କରିଥିଲା ଅଂକୁର । ତା ପରେ ସେ ଫେରାର ହୋଇଯାଇଥିଲା । ଏହି ଘଟଣାର ଛାନଭିନ କରି ପୋଲିସ ଅଂକୁରକୁ ଧରିବାକୁ ସକ୍ଷମ ହୋଇଥିଲା ।

ଏହି ମାମଲାରେ ଜେଲରେ ଥିବା ଅଂକୁରକୁ କୋର୍ଟ ଶୁଣାଇଛି ସଜ୍ଜା । ଏହି ହତ୍ୟା ମାମଲାରେ ଅଂକୁରକୁ ମିଳିଛି ଆଜୀବନ ଜେଲଦଣ୍ଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.