oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

୨୦୧୩ରୁ ଦେହାନ୍ତ ହୋଇସାରିଥିବା ସାଂସଦଙ୍କ ନାଁ ନେଇ ଟଙ୍କା ହଡପ ଉଦ୍ୟମ, ଏମିତି ଭାବେ ହେଲା ପର୍ଦ୍ଦାଫାସ୍

19/11/2021 at 7:06 PM

ଲକ୍ଷ୍ନୌ ୧୯/୧୧ : ଉତ୍ତର ପ୍ରଦେଶର ପୂର୍ବତନ ରାଜ୍ୟସଭା ସାଂସଦ ଯାହାଙ୍କର ଦେହାନ୍ତ ହୋଇସାରିଛି ତାଙ୍କ ନାଁ ନେଇ ଠକେଇ ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ଦୁଇଥର ରାଜ୍ୟସଭା ସଦସ୍ୟ ହୋଇଥିବା ସ୍ବର୍ଗତ ପ୍ରେମ ମନୋହରଙ୍କ ନାଁ ନେଇ ଜଣେ ଅସାଧୁ ବ୍ୟକ୍ତି ୧ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲା ।

ସୂଚନାଯୋଗ୍ୟ, ପ୍ରେମ ମନୋହରଙ୍କର ୨୦୧୩ ମସିହାରୁ ଦେହାନ୍ତ ହୋଇସାରିଛି । ଏହା ପରେ ବି ଅଭିଯୁକ୍ତଜଣକ ଟଙ୍କା ପାଇବା ପାଇଁ ସମସ୍ତ ଡକ୍ୟୁମେଣ୍ଟ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର ଯେପରିକି ଆଧାର କାର୍ଡ, ଠିକଣା ପରିଚତ୍ର, ଭୋଟର ଆଇଡି ସହ ବ୍ୟାଙ୍କ ପାସ୍‌ବୁକ ମଧ୍ୟ ଦେଖାଇଥିଲା । କିନ୍ତୁ ଏ ନେଇ କିଛି ସୁରାକ୍‌ ମଧ୍ୟ ପାଇପାରିନଥିଲେ ଜିଲ୍ଲାଧିକାରୀ । ପ୍ରକୃତରେ ଏକ ରାସ୍ତା କାମର ବକେୟା ବାବଦକୁ ସ୍ବର୍ଗତ ପ୍ରେମ ମନୋହର ୮୪ ଲକ୍ଷ ଟଙ୍କା ଉପ-ଜିଲ୍ଲାପାଳ ଅଫିସରୁ ପାଇବାର ଥିଲା । ଏହା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ବ୍ୟକ୍ତିଜଣକ ତାଙ୍କୁ ଜୀବିତ ଦର୍ଶାଇ ଟଙ୍କା ହଡପ କରିବାକୁ ପ୍ରୟାସ କରୁଥିଲା । ଜିଲ୍ଲା ପ୍ରଶାସନ ମଧ୍ୟ ଟଙ୍କା ଦେବାକୁ ସମସ୍ତ ପ୍ରକ୍ରିୟା ଶେଷ କରିଦେଇଥିଲେ । କିନ୍ତୁ ଟଙ୍କା ଦେବା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେମ ମନୋହରଙ୍କ ପୁଅ ପ୍ରଶାନ୍ତ କୁମାରଙ୍କୁ ଯୋଗାଯୋଗ କରାଯାଇଥିଲା । କିନ୍ତୁ ବାପାଙ୍କର ୨୦୧୩ ମସିହାରୁ ଦେହାନ୍ତ ହୋଇସାରିଥିବା କହିଥିଲେ ପ୍ରେମ ମନୋହରଙ୍କ ପୁଅ । ଏହାପ​‌ରେ ଜିଲ୍ଲାପାଳ କେ ବାଲାଜୀ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ।

   Related Posts