ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ପୋଡି ମାରିଦେଲା ସ୍ୱାମୀ, ଦୋଷ ସ୍ୱୀକାର କରି ପୋଲିସକୁ ଦେଖାଇଲା ହତ୍ୟାର ଡେମୋ

Published By : Prameya-News7 Bureau | February 09, 2021 IST

ଢେଙ୍କାନାଳ, ୦୯|୦୨ :   ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଚୂନରଗଡି ଗ୍ରାମରେ ଗତ ୪ ତାରିଖ ବିଳମ୍ବିତ ରାତିରେ ଜଣେ ମହିଳା ନିଆଁରେ ପୋଡିହୋଇ ଯାଇଛନ୍ତି । ଏହି ଘଟଣାର ରହସ୍ୟ  ଉନ୍ମୋଚନ କରିଛି ପୋଲିସ ।  ଘଟଣାର  ତଦନ୍ତ ପରେ ଖୁଲାସା କରିଛି କଙ୍କଡାହାଡ ପୋଲିସ ।  ନିଜ ସ୍ୱାମୀ ହିଁ ପତ୍ନୀର ଚରିତ୍ରକୁ ସନ୍ଦେହ କରି ପୋଡି ମାରିଦେଇଥିବା ସ୍ୱୀକାର କରିଛି । 

ମହିଳା ପୋଡି ହୋଇ ମରିବା ପରେ ପୋଲିସ ତାଙ୍କ ସ୍ୱାମୀଙ୍କୁ ଅଟକ ରଖିଥିଲା । ମୃତା ରିଙ୍କି ମହାକୁଡ଼ଙ୍କ ସ୍ୱାମୀ ନବକିଶୋର କବାଟ ଅଟକ ରଖିଥିବାବେଳେ ତାଙ୍କୁ ସୋମବାର କୋର୍ଟଚାଲାଣ କରିଥିଲା ।

ସୂଚନା ଅନୁସାରେ, ଗତ ୪ ତାରିଖ ବିଳମ୍ବିତ ରାତିରେ ଚୂନରଗଡି ଗ୍ରାମର ରିଙ୍କି ମହାକୁଡ ନିଆଁରେ ପୋଡିହୋଇ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ ।  ଏ ସମ୍ପର୍କରେ ମୃତା ମହିଳାଙ୍କ  ଭାଇ ହତ୍ୟା ଅଭିଯୋଗ ଆଣିଥିଲେ।  ଅଭିଯୋଗ ପରେ  ସାଇଣ୍ଟିଫିକ ଟିମ୍ ତଦନ୍ତ କରି ଫେରିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ନବକିଶୋରକୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଥିଲା ।  କିନ୍ତୁ ସୋମବାର ନିଜେ ନବକିଶୋର ତାଙ୍କ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ତାକୁ ହତ୍ୟା କରିଥିବା  ଆଗରେ ସ୍ୱୀକାର କରିଥିଲା ।  କେମିତି ସେ ତା ସ୍ତ୍ରୀ କୁ ମାରିଲା ତାହାର ସମ୍ପୂର୍ଣ୍ଣ ଡେମୋ ମଧ୍ୟ ପୋଲିସକୁ ଦେଖାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.