ନୂଆଦିଲ୍ଲୀ ୨୬/୦୮ : ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ସୁସ୍ଥ ମାନସିକ ସ୍ୱାସ୍ଥ୍ୟ ପାଇଁ ଦିନକୁ ପ୍ରାୟ ୭ ଘଣ୍ଟା ନିଦ ଆବଶ୍ୟକ। ୭ ଘଣ୍ଟା ନିଦ ପରେ ବ୍ୟକ୍ତି ଦିନ ସାରା ଫ୍ରେଶ ଅନୁଭବ କରିଥାଏ। ନିଦ ପୁରା ନହେଲେ ଅବସାଦ, ମୋଟାପଣ ଭଳି ଅନେକ ଗମ୍ଭୀର ରୋଗ ହୋଇଥାଏ। ରାତିରେ ଠିକ ଭାବେ ନ ଶୋଇଲେ ଦିନ ସାରା ବିରକ୍ତ ଲାଗେ। ଆପଣ ବି ଅନୁଭବ କରିଥିବେ। ଏମିତି ପରିସ୍ଥିତିରେ ଯଦି ଜଣେ ଲଗାତାର ୩ ରାତି ନ ଶୁଏ ତାହେଲେ ତାର ଅବସ୍ଥା କଣ ହେବ ନିଶ୍ଚୟ କଳ୍ପନା କରିହେବ।
ମଞ୍ଚେଷ୍ଟର ଷ୍ଟକପୋର୍ଟରେ ରହୁଥିବା ମାଇକଲ ବ୍ରାନନିଗଣ ହଠାତ ଏକ ମେଡିକାଲ ଷ୍ଟୋରରେ କର୍ମଚାରୀଙ୍କୁ ଛୁରୀରେ ହମଲା କରିଥିଲେ। ସେ ଦୋକାନକୁ ଯାଇ ନିଦ ବଟିକା ମାଗିଥିଲେ। କିନ୍ତୁ ତାଙ୍କ ପାଖରେ ଡାକ୍ତରଙ୍କ ଲେଖା ନଥିଲା। ଯେଉଁଥିପାଇଁ ଦୋକାନ କର୍ମଚାରୀ ତାଙ୍କୁ ଔଷଧ ଦେବାକୁ ମନା କରିଦେଇଥିଲେ। ମନା କରିବାରୁ ସେ କର୍ମଚାରୀଙ୍କୁ ଛୁରୀରେ ହମଲା କରିଥିଲେ। କର୍ମଚାରୀ ଜୀବନ ବିକଳରେ ନିଜକୁ ରୁମ ଭିତରେ ବନ୍ଦ କରି ପୋଲିସକୁ ଫୋନ କରିଥିଲେ। ପୋଲିସ ଆସି ମାଇକଲଙ୍କୁ ଗିରଫ କରିଥିଲା।
{"id":501700,"sizeSlug":"full","linkDestination":"none"}ମାମଲା ମାର୍ଚ୍ଚ ୧୨ ତାରିଖର ବୋଲି ଜଣାପଡିଛି। ଘଟଣା ସିସିଟିଭିରେ କଏଦ ହୋଇଛି। ମଞ୍ଚେଷ୍ଟର ଇଭିନିଙ୍ଗ ନ୍ୟୁଜ ରିପୋର୍ଟ ଅନୁଯାୟୀ, ମାଇକଲଙ୍କୁ ଧରିବାକୁ ପୋଲିସକୁ ଗୁଳି ଚଲାଇବାକୁ ପଡିଥିଲା। ମାଇକଲଙ୍କ ବୟସ ୫୦ ବର୍ଷ ଓ ସେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ସେ ପୋଲିସକୁ କହିଥିଲେ ଯେ ସେ ୩ ଦିନ ଶୋଇନାହାନ୍ତି। ତାଙ୍କୁ ସବୁବେଳେ ସ୍ବପ୍ନ ଦେଖିଲା ଭଳି ଅନୁଭବ ହେଉଛି। ସେ ଅସଲ ଜୀବନ ଓ ସ୍ବପ୍ନ ମଧ୍ୟରେ ପାର୍ଥକ୍ୟ କରିପାରୁନଥିଲେ। ସେଥିପାଇଁ ସେ ଶୋଇବା ନିହାତି ଆବଶ୍ୟକ ଥିଲା। ସେଥିପାଇଁ ସେ ନିଦ ବଟିକା ଖିଆ ଶୋଇବାକୁ ନିଷ୍ପତ୍ତି ନେଲେ। କିନ୍ତୁ ଔଷଧ ଦୋକାନୀ ତାଙ୍କୁ ବଟିକା ଦେବାରୁ ମନା କରିବାରୁ ସେ ଛୁରୀ ବାହାର କରିଥିଲେ।
ମାଇକଲ ଔଷଧ ଦୋକାନରେ ପ୍ରାୟ ୨୦ ମିନିଟ ଯାଏଁ ହଙ୍ଗାମା କରିଥିଲେ। ତାଙ୍କୁ ଧରିବାକୁ ପୋଲିସକୁ ବହୁ କଷ୍ଟ କରିବାକୁ ପଡିଥିଲା। ତାଙ୍କୁ ୩ ବର୍ଷ ୫ ମାସ କାରାଦଣ୍ଡ ଦିଆଯାଇଛି। କୋର୍ଟରେ ମାଇକଲଙ୍କ ଓକିଲ ଦଲିଲ ଦେଇଥିଲେ ଯେ ସେ ୩ ଦିନ ହେଲା ଶୋଇନଥିଲେ ସେଥିପାଇଁ ସେ ଠିକ-ଭୁଲ ବୁଝି ପାରିନଥିଲେ। ଔଷଧ ଦୋକାନରେ ହଙ୍ଗାମା କରିବା ପୂର୍ବରୁ ସେ ରାସ୍ତାରେ ମଧ୍ୟ ଅନେକ ଲୋକଙ୍କ ସହ ଝଗଡା କରିଥିଲେ ଓ ଲୋକଙ୍କୁ ହମଲା କରିଥିଲେ। କୋର୍ଟରେ ମାଇକଲ କହିଥିଲେ ଯେ ସେ ଛୁରୀ ନିଜ ଜୀବନ ନେବାକୁ ଚାହୁଁଥିଲେ, ଆଉ କାହାକୁ ମାରିବାକୁ ଚାହୁଁନଥିଲେ। ତେବେ ମାମଲାରେ କୋର୍ଟ ମାଇକାଲଙ୍କୁ ଦୋଷୀ ସାବ୍ୟସ୍ତ କରି ସଜ୍ଜା ଶୁଣାଇଥିଲେ।