ପୁଅ ନା ରାକ୍ଷସ : ମା'କୁ ହତ୍ୟା କରି ହଜାରେ ଖଣ୍ଡ କରି କାଟିଦେଲା, କୁକୁର ସହ ମିଶି ସପ୍ତାହେ ଯାଏଁ ଖାଉଥିଲା ମାଂସ

Published By : Prameya-News7 Bureau | June 16, 2021 IST

ନୂଆଦିଲ୍ଲୀ ୧୬/୦୬ : ସ୍ପେନର ଜଣେ ବ୍ୟକ୍ତି ଏହିଭଳି ଘୃଣ୍ୟ କାର୍ଯ୍ୟ କରିଛି ଯାହା ଶୁଣି ଅପରାଧୀ ମଧ୍ୟ ଚକିତ ହୋଇଯିବେ। ୨୮ ବର୍ଷୀୟ ଯୁବକ ନିଜ ମା'କୁ ହତ୍ୟା କରି ହଜାରେ ଖଣ୍ଡରେ ଏହାକୁ ହଜାରେ ଖଣ୍ଡ କରି କାଟିବା ପରେ ତାକୁ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଖାଇ ଚାଲିଥିଲା । ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ସେ କୋର୍ଟରେ ମାନସିକ ସ୍ଥରରେ ଅସୁସ୍ଥ ଥିବା ନାଟକ କରିଥିଲା। କିନ୍ତୁ ଅପରାଧୀର ଡ୍ରାମା ବେଶୀ ଦିନ ଚାଲିଲା ନାହିଁ।

{"id":467040,"sizeSlug":"large","linkDestination":"none"}

ଏହି ଭୟାନକ ଘଟଣା ସ୍ପେନର ଭେଣ୍ଟାସ୍ (ଦି କାନିବଲ୍ ଅଫ୍ ଭେଣ୍ଟାସ୍) ରେ ଘଟିଛି। ଏଠାରେ ୨୮ ବର୍ଷୀୟ ଆଲବର୍ଟୋ ସାନେଜ୍ ଗୋମେଜ ନିଜ ମା' ସହ ରହୁଥିଲା। ୬୮ ବର୍ଷ ବୟସ୍କା ମା ସହିତ ଦିନେ ତାର ଝଗଡା ହୋଇଥିଲା। ଏହା ପରେ ଆଲବର୍ଟୋ ରାଗିଯାଇ ନିଜ ମା’ଙ୍କୁ ହତ୍ୟା କରିଥିଲା ଓ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲେ।

ମା'କୁ ତଣ୍ଟି ଚିପି ହତ୍ୟା କରିବା ପରେ ଏକ ଟାଙ୍ଗିଆ ଆଣି ମୃତଦେହକୁ ହଜାରେ ଖଣ୍ଡ କରିଥିଲା। ଏହି ଖଣ୍ଡ ଗୁଡିକୁ ସେ ଏକ ପ୍ଲାଷ୍ଟିକ ଜାରରେ ଭର୍ତ୍ତି କରି ଫ୍ରିଜରେ ରଖି ଦେଲା। ଏହି ମାଂସ ଖଣ୍ଡକୁ ସେ ପ୍ରତିଦିନ ରାନ୍ଧି ନଚେତ କଞ୍ଚା ଖାଉଥିଲା। ଏକ ରିପୋର୍ଟ ଅନୁଯାୟୀ, ପଡୋଶୀ ଏବଂ ମହିଳାଙ୍କ ଜଣେ ସାଙ୍ଗ ତାଙ୍କୁ ନ ଦେଖିବାରୁ ନିଖୋଜ ରିପୋର୍ଟ ରୁଜ୍ଜୁ କରିଥିଲେ।

{"id":467041,"width":829,"height":550,"sizeSlug":"large","linkDestination":"none"}

ରିପୋର୍ଟ ପରେ ପୋଲିସ ମହିଳାଙ୍କୁ ଖୋଜାଖୋଜି କରିଥିଲା। ପୋଲିସ ମହିଳାଙ୍କ ଘରେ ପହଞ୍ଚିଲା। ସେଠାରେ ଏକ ଦୃଶ୍ୟ ଦେଖି ଚକିତ ହୋଇଯାଇଥିଲା। ଖାତା ଉପରେ ମହିଳାଙ୍କ ମୁଣ୍ଡ, ହାତ ଓ ହୃତପିଣ୍ଡ ରଖାହୋଇଥିଲା। ଆଲବର୍ଟୋ ନିଜ ପାଳିତ କୁକୁର ସହ ମିଶି ମାଂସ ଖାଉଥିଲା। ଶବର ଅନ୍ୟ ସବୁ ଟୁକୁଡା ଫ୍ରିଜରୁ ଜବତ ହୋଇଥିଲା।

ମାମଲା ୨୦୧୯ର। ଫେବୃଆରୀ ୨୧ ତାରିଖରେ ଆଲବର୍ଟୋକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା। କୋର୍ଟରେ ମାନସିକ ବିକାରଗ୍ରସ୍ତ ହେବାର ନାଟକ କରି କହିଥିଲା ଯେ ତାକୁ ନାନା ସ୍ୱର ଶୁଣାଯାଉଥିଲା ଯାହା ତା ମା'କୁ ହତ୍ୟା କରିବାକୁ କହୁଥିଲା। ପ୍ରମାଣ ପ୍ରଦାନ କରିଥିବା ଅଧିକାରୀ କହିଥିଲେ ଯେ ଅଭିଯୁକ୍ତ ସ୍ୱୀକାର କରିଛି ଯେ ସେ ନିଜ ମା'କୁ ତଣ୍ଟି ଚିପି ହତ୍ୟା କରିଛି। ଏହାପରେ ଅଭିଯୁକ୍ତକୁ ୧୫ ବର୍ଷ ୫ ମାସ କାରାଦଣ୍ଡ ସଜ୍ଜା ଶୁଣାଇଥିଲେ କୋର୍ଟ।

{"id":467042,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.