ମହିଳାଙ୍କୁ ହତ୍ୟାକରି ଦେଢ଼ଶହ କି.ମି ଦୂରରେ ଫିଙ୍ଗିଲା ପ୍ରେମିକ, ଛଅମାସ ତଳେ ସ୍ଵାମୀ ଓ ଦୁଇଟି ପିଲାଙ୍କୁ ଛାଡ଼ିଆସିଥିଲେ ମହିଳା

Published By : Prameya-News7 Bureau | January 24, 2019 IST

ନୂଆଦିଲ୍ଲୀ ୨୪/୧- ପରକୀୟା ପ୍ରେମ ପାଇଁ ଜୀବନଦେବାକୁ ପଡ଼ିଛି ଜଣେ ମହିଳାଙ୍କୁ । ବିବାହିତା ମହିଳାଙ୍କ ସୋସିଆଲ ମିଡ଼ିଆରେ ଯୁବକଙ୍କ ସହ ହୋଇଥିଲା ପ୍ରେମ । ତା ପରେ ଦୁଇଟି ପିଲା ଓ ସ୍ଵାମୀଙ୍କୁ ଛାଡ଼ି ବିବାହ କରିବା ପଡ଼ିଲା ମହଙ୍ଗା । ବିବାହିତା ମହିଳାଙ୍କ ତଣ୍ଟିଚିପି ହତ୍ୟା କରିବା ପରେ ୧୫୦କି.ମି. କାରରେ ଶବକୁ ନେଇ ଫୋପାଡ଼ିଥିବା ହୋଇଛି ଅଭିଯୋଗ ।

ଘଟଣା ଘଟିଛି ଉତ୍ତରପ୍ରଦେଶର ବିଜାନୌରରେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଇନ୍ତଜାରକୁ ଗିରଫ କରିଛି ପୋଲିସ । ଇନ୍ତଜାର ଗିରଫ ହେବା ପଛରେ ପ୍ରଥମ ସ୍ତ୍ରୀର ସହଯୋଗ ଥିବା କଥା ପୋଲିସ କହିଛି ।

ଦିଲ୍ଲୀର ବ୍ରହ୍ମପୁରୀରେ ରହୁଥିବା ନିଧି ନାମକ ମହିଳା ବିବାହିତା ଥିଲେ ।  ତାଙ୍କର ଦୁଇଟି ପିଲା ମଧ୍ୟ ଥିଲା । ସେ ସୋସିଆଲ ମିଡ଼ିଆରୁ ଉତ୍ତରପ୍ରଦେଶ ବିଜାନୌରର  ଇନ୍ତଜାର ନାମକ ଜଣେ ଯୁବକ ସହିତ ପରିଚୟ ହୋଇଥିଲେ । ତାଙ୍କ ସହ ପ୍ରେମହେବା ପରେ  ବିବାହ କରିବାକୁ ଘର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ମହିଳାଙ୍କ ବାପା-ମାଆ ଓ ସ୍ଵାମୀ ସଂଜୟ ବହୁତ ବୁଝାସୁଝା କରିଥିଲେ ମଧ୍ୟ ନିଧି ମାନି ନଥିଲେ । ସେ ଇନ୍ତଜାରଙ୍କୁ ବିବାହ କରିବାକୁ ଜିଦ୍ ଧରି ଘର ଛାଡ଼ିଦେଇଥିଲେ ।

ବ୍ରହ୍ମପୁରା ଛାଡ଼ି ବିଜାନୌର ଚାଲିଯାଇଥିଲେ । ବିବାହ କରିବାକୁ  ମହିଳା ନିଜର ଧର୍ମ ପରିବର୍ତ୍ତନ କରିଥିଲେ । ନିଜ ନାଁ ନିଧିରୁ ଇକରା ମଧ୍ୟ କରିଥିଲେ ।

ଇକରା ଓ ଇନ୍ତଜାର ବିବାହ କରିବା ପରେ ବାହାରେ ଘରଭଡ଼ା ନେଇ ରହୁଥିଲେ । ଇନ୍ତଜାର ବିବାହିତ ଥିଲା ଓ ଏହି ବିବାହକୁ ତା ସ୍ତ୍ରୀ ବିରୋଧ କରୁଥିଲା ।

ଇକରା ଓ ଇନ୍ତଜାର ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ଲାଗିଥିଲା । ଫଳରେ ଇନ୍ତଜାର ଇକରାର ତଣ୍ଟି ଚିପି ହତ୍ୟା କରିଥିବା କଥା ପୋଲିସ ଆଗରେ ପ୍ରକାଶ କରିଛି ।

ଏହି ହତ୍ୟା ଘଟଣା ଇନ୍ତଜାରର ପ୍ରଥମ ସ୍ତ୍ରୀ ଜାଣିଥିଲା । ହତ୍ୟାକାଣ୍ଡରୁ ନିଜକୁ ମୁକ୍ତ କରିବାକୁ ୧୫୦ କି.ମି.ପର୍ଯ୍ୟନ୍ତ ଇକରାର ଶବକୁ ନେଇ ଇନ୍ତଜାର ଯାଇଥିଲା । ଏହି ସମୟରେ ପୋଲିସକୁ ଇନ୍ତଜାରର ସ୍ତ୍ରୀ ସବୁକଥା ଜଣାଇବାପରେ ଘଟଣା ପଦାକୁ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.