ଭିଣୋଇ ସହ ଗପିବାରୁ ଲିଭଇନରେ ରହୁଥିବା ଯୁବତୀଙ୍କ ଗଳାଚିପି ହତ୍ୟାକଲା ଯୁବକ

Published By : Prameya-News7 Bureau | January 15, 2019 IST

ଗାଜିଆବାଦ ୧୫/୧- ଲିଭିଇନରେ ରହୁଥିଲେ କିନ୍ତୁ ବେଶୀଦିନ ରଖିପାରିଲେନି ସଂପର୍କ । ଦୁଇଜଣଙ୍କ ଭୁଲ ବଝାବଣାରୁ ଚାଲିଯାଇଛି ଜଣକର ଜୀବନ । ଯୁବତୀଙ୍କୁ ଗଳାଚିପି ମାରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

{"id":74459,"width":585,"height":328}

ନୋଏଡ଼ା ଅଂଚଳରେ ଘିଛି ଏହି ଅଭାବନୀୟ ଘଟଣା । ଯୁବକ ଜଣକ ନୋଏଡ଼ାରେ ତିବା ମଦରସନ କଂପାନୀରେ  ସୁପରଭାଇଜର ଭାବେ କାମ କରୁଥିଲେ । ଏହି କଂପାନୀରେ ଆକାଙ୍କ୍ଷା ନାମକ ଜଣେ ଯୁବତୀ ମଧ୍ୟ କର୍ମଚାରୀ ଥିଲା । କିଛିଦିନ ପରେ ସେମାନଙ୍କ ଭିତରେ ପ୍ରେମ ହୋଇଥିଲା । ସେମାନେ ସାଂଗ ହୋଇ ରହିବାକୁ ନିଷ୍ପତ୍ତି ନେଇଥିଲେ ।

{"id":74460,"width":586,"height":359}

ଆକାଂକ୍ଷା ଜାଣି ନଥିଲା ଯୁବକ ବିବାହ କରିଛନ୍ତି ବୋଲି । ସେଥିପାଇଁ ସେମାନେ ଲିଭ ଇନରେ ରହୁଥିଲେ । ଡ଼ିସେମ୍ବର ୨୮ ତାରିଖରେ ଯୁବତୀଙ୍କ ବଡ଼ ଭଉଣୀ କୌଣସି କାରଣରୁ ନମରିଗଲା ପରେ ଭିଣୋଇଙ୍କ ସହ ନିୟମିତ କଥାବାର୍ତ୍ତା କରୁଥିଲେ । ଏହି କଥାବାର୍ତ୍ତାକୁ ଯୁବକ ସହଜରେ ଗ୍ରହଣ କରି ପାରୁ ନଥିଲେ । ଫଳରେ ଝଗଡ଼ା ବି ସେମାନଙ୍କ ଭିତରେ ହେଉଥିଲା ।

ସୋମବାର ରାତିରେ ଏହି ଘଟଣାକୁ ନେଇ ଝଗଡ଼ା ହେବା ପରେ ଯୁବତୀଙ୍କ ଗଳାଚିପି ମାରିଦେଇଥିଲେ ଯୁବକ । ଏହି ଘଟଣାରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଶ୍ୟାମକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.