ପରିତ୍ୟକ୍ତ କୂଅ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, ବେକରେ ରଶି ଲାଗିଥିବା ଅବସ୍ଥାରେ ଉଦ୍ଧାର

Published By : Prameya-News7 Bureau | December 30, 2021 IST

ମୁନିଗୁଡ଼ା, ୩୦/୧୨: ରାୟଗଡା ଜିଲ୍ଲା ମୁନିଗୁଡା ଦୁବେ କଲୋନୀ ପ୍ରଥମ ଲେନ ସ୍ଥିତ ଏକ ପରିତ୍ୟକ୍ତ ଘରର ବାରିରେ ଥିବା ଏକ କୂଅ ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ମୁନିଗୁଡା ପୋଲିସ । ମୃତ ଯୁବକ ଜଣକ ମୁନିଗୁଡା ଖମଣସାହିର ପ୍ରକାଶ ସାହା ବୋଲି ଜଣାପଡିଛି । ପ୍ରକାଶ ଗତକାଲି ସନ୍ଧ୍ୟାରେ ଘରକୁ ଯାଇନଥିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ଓ ଆଜି ତାଙ୍କ ମୃତଦେହ ଦୁବେକଲୋନୀର କୂଅ ଭିତରୁ  ମିଳିଥିଲା ।

ମୃତଦେହଟି ଝୁଲନ୍ତା ଅବସ୍ଥାରେ ଥିବାବେଳେ ପରିବାର ଲୋକେ ଏହାକୁ ସହଜରେ ବିଶ୍ବାସ କରିପାରୁ ନାହାନ୍ତି । ହୁଏତ କେହି ହତ୍ୟାକରି ତାଙ୍କ ପୁଅକୁ କୂଅ ଭିତରେ ଝୁଲାଇଦେଇ ଆତ୍ମହତ୍ୟାର ରୂପ ଦେବାକୁ ଯୋଜନା କରୁଥିବା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ରାୟଗଡାରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଆସନ୍ତାକାଲି ପୋଷ୍ଟମର୍ଟମ କରାଯିବ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.