ସମୁଦ୍ରରୁ ଉଦ୍ଧାର ହେଲା ଜଣେ ବ୍ୟକ୍ତିଙ୍କ ମୃତଦେହ, ମିଳିନି ପରିଚୟ

Published By : Prameya-News7 Bureau | August 08, 2022 IST

କୋଣାର୍କ ୮।୮: କୋଣାର୍କ ଚନ୍ଦ୍ରଭାଗା ମେରାଇନ୍ ପୋଲିସ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି l ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

{"id":668021,"width":841,"height":463,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ସୋମବାର ପାଟ୍ରୋଲିଂ ସମୟରେ ସମୁଦ୍ର ଲହରୀରେ ଜଣେ ବ୍ୟକ୍ତି ଭାସୁଥିବର ଜଣେ ହୋମ୍‌ଗାର୍ଡ  ସି.ଏସ୍. ରାଜଶେଖର ଦେଖିବାକୁ ପାଇଥିଲେ । ଏହାପରେ ସେ ସମୁଦ୍ର ଭିତରେ ପସି ଯୁବକଙ୍କୁ ଧରିଥିବା ସମୟରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ମେରାଇନ୍ ଥାନା ଅଧିକାରୀ ରବୀନ୍ଦ୍ର ନାରାୟଣ ସେଠୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ମେରାଇନ୍ ଥାନା ଅଧିକାରୀ ରବୀନ୍ଦ୍ର ସେଠୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଏପର୍ଯ୍ୟନ୍ତ ଯୁବକଙ୍କ ପ୍ରକୃତ ପରିଚୟ ମିଳିନଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି ପୋଲିସ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.