ପଥରରେ ଛେଚି ଜଣେ ବ୍ୟକ୍ତିଙ୍କୁ ହତ୍ୟା, ମନ୍ଦିର ପ୍ରାଙ୍ଗଣରେ ପଡିଛି ମୃତଦେହ

Published By : Prameya-News7 Bureau | September 24, 2020 IST

ବ୍ରହ୍ମପୁର ୨୪।୯: ପଥରରେ ଛେଚି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରଯାଇଛି। ବଡବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହି ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଥିବା ରୋଷେଇଘର ବାରଣ୍ଡାରେ ପଡିଛି ବ୍ୟକ୍ତିଙ୍କ ମୃତଦେହ। ମୃତକ ଜଣଙ୍କ କାଳିଆ ସାହୁ ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବଡ ବଜାର ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ବୁଧବାର ମଧ୍ୟରାତ୍ରିରେ କାଳିଆ ସାହୁ ମନ୍ଦିର କାନ୍ଥ ଡେଇଁ ଭିତରକୁ ଆସିଥିବା ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି । ମନ୍ଦିର ଭିତରେ ଥିବା ଜଗୁଆଳି ନାରାୟଣ ସାହୁ ଏହି ଘଟଣା ଜାଣିପାରି ବୁଧବାର ରାତ୍ର ପ୍ରାୟ ୨ଟା ସମୟରେ ରାଧାକୃଷ୍ଣ ମନ୍ଦିରର ଟ୍ରଷ୍ଟି ଓ ପୂଜକ ରାମ ଚନ୍ଦ୍ର ପ୍ରଧାନଙ୍କୁ ଜଣାଇଥିଲେ । ଟ୍ରଷ୍ଟି ଏହା ଜାଣିପାରି ବଡ଼ବଜାର ଥାନାରେ ଏତଲା ଦେଇଥିଲେ । ପରୋ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପଚାର ଉଚରା ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.