କେରଳରେ ଦାଦନଙ୍କ ମୃତ୍ୟୁ, ମୃତଦେହ ଆଣିବାକୁ ପ୍ରଶାସନକୁ ନିବେଦନ କଲେ ପରିବାର

Published By : Prameya-News7 Bureau | November 10, 2022 IST

ଫୁଲବାଣୀ, ୧୦/୧୧: ଦୁଇ ପଇସା ଅଧିକା ରୋଜଗାର କରିବ, ପିଲାମାନଙ୍କୁ ଭଲରେ ଦୁଇ ଅକ୍ଷର ପାଠ ପଢ଼ାଇବା ସହ ପରିବାର ଭଲରେ ଚଳିବେ ବୋଲି ଅନେକ ଆଶା ଓ ସ୍ବପ୍ନ ନେଇ ଭିଟାମାଟି ଛାଡି ଯାଉଛନ୍ତି ଲୋକେ । କିନ୍ତୁ ବାହାର ରାଜ୍ୟରେ ହେଉଛନ୍ତି ନିର୍ଯାତିତ । କିଏ ମୃତ ଅବସ୍ଥାରେ ଫେରୁଛି ତ ଆଉ କିଏ ବିକଳାଙ୍ଗ । ସେହିଭଳି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ଅଂଚଳର ୪୨ ବର୍ଷୀୟ ସୁରେଶ ନାୟକ ସୁଦୂର କେରଳ ଯାଇ ସେଠାରେ ଦାଦନ ଖଟୁଥିଲେ lହେଲେ ଦୁଇଦିନ ତଳେ ହଠାତ ସୁରେଶଙ୍କ ମୃତ୍ୟୁ ଘଟିଥିଲା l

ଖବର ପାଇବା ପରେ ପରିବାରରେ ଦୁଃଖର ଛାୟା ଖେଳିଯାଇଥିଲା l ପରିବାର ଲୋକେ ସହଜରେ ସୁରେଶଙ୍କ ଅକାଳ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି l ସବୁ ଆଶା ଓ ଆକାଂକ୍ଷା କ୍ଷଣିକ ମଧ୍ୟରେ ଚୁରମାର ହୋଇଯାଇଥିଲା l ସୁରେଶଙ୍କ ମୃତ୍ୟୁ କାହିଁକି ଓ କିପରି ହେଲା ଜଣାପଡ଼ିନଥିବା ବେଳେ ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି କୁହାଯାଉଛି l ଏବେ ତାଙ୍କ ମୃତଦେହ କିପରି ଆସିବ ସେନେଇ ଚିନ୍ତାରେ ପରିବାର ଓ ଗ୍ରାମବାସୀ lସୁଦୂର କେରଳରୁ ପୁଅର ମୃତଦେହ ଆଣିବା ଲାଗି ପରିବାର ପାଖରେ ସମ୍ବଳ ନାହିଁ l ଜ଼ିଲ୍ଲା ପ୍ରଶାସନକୁ ସୁରେଶଙ୍କ ମୃତଦେହ ଗାଁକୁ ଆଣିବାଲାଗି ଗ୍ରାମବାସୀ ଓ ପରିବାର ଲୋକେ ନିବେଦନ କରିଛନ୍ତି l ଏଥିସହ ଆର୍ଥିକ ସହାୟତା ଯୋଗାଇଦେବକୁ ମଧ୍ୟ ନିବେଦନ କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.