ବୃଦ୍ଧଙ୍କୁ ଦଳି ଦେଲା ହାତୀ, ଘଟଣାସ୍ଥଳରେ ମୃତ
11/12/2022 at 10:46 PM

କୁଚିଣ୍ଡା, ୧୧/୧୨: ସମ୍ବଲପୁର ଜିଲ୍ଲା ବଡ଼ରମା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଅଭାବନୀୟ ଘଟଣା । ଚେପଟଆମ ଗ୍ରାମରେ ହାତୀ ଉତ୍ପାତ ଦେଖିବାକୁ ମିଳିିଥିବା ବେଳେ ସନ୍ଧ୍ୟା ସମୟରେ ଜଣେ ବ୍ୟକ୍ତି ଶୌଚ ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ହାତୀ ଦଳିଦେଇଛି । ମୃତକ ଚେପଟଆମ ଗାଁର ଶ୍ରୀକର ବାଘ ବୋଲି ଜଣାପଡ଼ିଛି l