ମାଛ ଧରିବାକୁ ବନ୍ଧରେ କରିଥିଲେ ବିଦ୍ୟୁତ୍‌ ସଂଯୋଗ, ନିଜେ ପଡ଼ି ଚାଲିଗଲା ଜୀବନ

Published By : Prameya-News7 Bureau | October 22, 2022 IST

ଉଦଳା,୨୨/୧୦: ମାଛ ଧରିବା ପାଇଁ ବିଛାଇଥିବା ବିଦ୍ୟୁତ ତାର ସାଜିଲା କାଳ । ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ । କପ୍ତିପଦା ଥାନା ନୁନ୍ଦୁରସାହି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ସନ୍ତୋଷ କୁମାର ବେହେରା, ଅନ୍ୟ ଗ୍ରାମବାସୀଙ୍କ ସହିତ ମିଶି ବନ୍ଧରୁ ମାଛ ଧରିବା ନିମନ୍ତେ ବନ୍ଧରେ ବିଦ୍ୟୁତ ତାର ପକାଇ ବିଦ୍ୟୁତ ସଂଯୋଗ କରିଥିଲେ । ବିଦ୍ୟୁତ ଆଘାତ ପାଇ ମାଛ ପାଣିରୁ ବାହାରକୁ ଆସିବେ ଏବଂ ମାଛ ଧରିବେ ବୋଲି ସମସ୍ତେ ଜଗିଥିଲେ ।

ବିଦ୍ୟୁତ ସଂଯୋଗ ଥିବା ସେହି ବନ୍ଧରେ ସନ୍ତୋଷ ପଡି ଯାଇଥିଲେ । ବିଦ୍ୟୁତ ଆଘାତରେ ସେ ଗୁରୁତର ହୋଇ ପଡ଼ିଥିଲେ । ସମସ୍ତେ ସନ୍ତୋଷଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମାଛ ପାଇଁ ବିଛାଇଥିବା ଫାଶରେ ନିଜେ ଯୁବକ ଫଶି ଯିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.