ବସ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ମୃତଦେହ ବ୍ୟବଛେଦ ପାଇଁ ପଠାଇଲା ପୋଲିସ୍‌

Published By : Prameya-News7 Bureau | December 07, 2022 IST

ବରଗଡ, ୭/୧୨: ବସ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ଜଣକ ବିଜେପୁର ବ୍ଲକ ବୁଡ଼ାଧରା ଗାଁର ୬୫ ବର୍ଷ ବୟସ୍କ ରଞ୍ଜିତ ଦୀପ ବୋଲି ଜଣାପଡିଛି । ସେ ଲାଉମୁଣ୍ଡା ତାଲ ଟିକ୍ରା ଛକରେ ଚାଲିଚାଲି ଯାଉଥିବା ବେଳେ ଗୌରୀ ନାମକ ବସ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ବିଜେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହାର ଅଧିକ ତଦନ୍ତ ଜାରି ରଖଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.