ବିଚ୍ ରାସ୍ତାରେ ଖଣ୍ଡାରେ ହାଣିଦେଲେ ୬ ଦୁର୍ବୃତ୍ତ, ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ
13/09/2022 at 4:17 PM

ସାନଖେମୁଣ୍ଡି, ୧୩/୦୯: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରେଗିଡି ଠାରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୁତ୍ତଙ୍କ ଖଣ୍ଡା ଚୋଟରେ ପୂର୍ଣ୍ଣ ଚନ୍ଦ୍ର ନାହାକ ନାମକ ଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ପୂର୍ଣ୍ଣଚନ୍ଦ୍ରଙ୍କୁ ୬ ଜଣ ଯୁବକ ବାଇକରେ ଆସି ହାଣି ପକାଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ସଦର ଏସ୍ଡିପିଓ ଏବଂ ସଦର ଥାନା ଆଇଆଇସି ପହଂଚି ଛାନଭିନ କରୁଛନ୍ତି ।
Related Posts
ସମ୍ ଅଲଟିମେଟ୍ ମେଡିକେୟାରରେ ବିଶ୍ଵ କର୍କଟ ଦିବସ ପାଳିତ
5 February 2023