ଟାଙ୍ଗୀ, ୦୮/୧୨: ବାଣପୁର ଥାନା ସାନ-ନଈରୀ ଗ୍ରାମର ହରିଜନ ବସ୍ତିରେ ଜେଜେବାପାର ଛୁରାମାଡରେ ନାତିର ମୃତ୍ୟୁ । ଜମି ଜମା ସଂକ୍ରାନ୍ତକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଥିବା ବେଳେ, ଏପରି ଏକ ଜଘନ୍ୟକାଣ୍ଡ ଘଟିଛି । ମୃତ ନାତି ହେଉଛନ୍ତି ନଈରୀ ଗ୍ରାମ ହରିଜନ ବସ୍ତିର ସାରଥୀ ନାୟକ । ହତ୍ୟାକାଣ୍ଡର ମୂଖ୍ୟ ଅଭିଯୁକ୍ତ କେଦାର ନାୟକ ଫେରାର ଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ବାଲୁଗାଁ SDPO ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶ ମତେ ନାଚୁଣୀ ଫାଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଧରପଗଡ ଆରମ୍ଭ ହୋଇଯାଇଛି ।
ମୃତ ସାରଥୀ ନାୟକ ସମ୍ପର୍କୀୟ ନାତି ହୋଇଥିବା ବେଳେ ହତ୍ୟାକାରୀ ଅଭିଯୁକ୍ତ କେଦାର ନାୟକ ହେଉଛନ୍ତି ସମ୍ପର୍କୀୟ ଜେଜେବାପା । ଜମି ଅଧିଗ୍ରହଣ ଓ ଗୃହ ନିର୍ମାଣକୁ କେନ୍ଦ୍ର କରି ପ୍ରଥମେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ନାତିକୁ ଛୁରୀ ଭୁଷି ହତ୍ୟା କରିଛି ଜେଜେବାପା । କେଦାର ନାୟକ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ମୃତକର ପରିବାର ଲୋକେ ଅଭିଯୋଗ କରିଛନ୍ତି ।