ଦୀପାବଳିରେ ଲିଭିଗଲା ଜୀବନ ଦୀପ, ୫୦ ମିଟର ଘୋଷାଡ଼ି ନେଲା ଆମ୍ବୁଲାନ୍ସ, ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | November 04, 2021 IST

ନୀଳଗିରି, ୪/୧୧: ସନ୍ଧ୍ୟାରେ ଘରେ ଦୀପ ଜଳିଥାନ୍ତା। ହେଲେ ଅପରାହ୍ନରେ ଘରର ବଡ଼ପୁଅଙ୍କ ଦୀପ ଲିଭିବା ଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ମିତ୍ରପୁର ରାସ୍ତା ପଣ୍ଡା ଅଫିସ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରୋଗୀ ଛାଡି ପୁନ୍ଦାଳରୁ ଫେରୁଥିବା ଆମ୍ବୁଲାନ୍ସଟି ଦ୍ରୁତ ଗତିରେ ଆସି ପଣ୍ଡା ଅଫିସ ଛକରେ ବାଇକରେ ସାମ୍ନାରୁ ଆସୁଥିବା ଯୁବକ ଭକ୍ତ ଲୋଚନ ସାହୁଙ୍କୁ ଧକ୍କା ଦେଇଥିଲା। ଏପରିକି ୫୦ ଫୁଟ ପର୍ଯ୍ୟନ୍ତ ଘୋଷାରି ନେଇଥିଲା।

ଘଟଣା ସ୍ଥଳରୁ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନୀଳଗିରି ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଆମ୍ୱୁଲାନ୍ସ  ଡ୍ରାଇଭର ସହିତ ଅନ୍ୟ ଦୁଇ ଯୁବକ ଓ ଆମ୍ବୁଲାନ୍ସଟିକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.