ରାସ୍ତା କଡରେ ଠିଆ ହୋଇଥିବା ବେଳେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ
12/02/2020 at 8:32 AM

ଭଞ୍ଜନଗର ୧୨।୨: ରାସ୍ତା କଡରେ ଠିଆ ହୋଇଥିବା ବେଳେ ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ପଠାଣି ଗୌଡ ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରାଠାରେ ପଠାଣି ଗୌଡ ରାସ୍ତା କଡରେ ଠିଆ ହୋଇଥିଲେ । ସେହି ସମୟରେ ଟ୍ରକଟି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ପଠାଣି ଗୌଡଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ଟ୍ରକଟିକୁ ଜିଲୁଣ୍ଡିଠାରେ ପୋଲିସ ଧରିଥିବା ଜଣାପଡିଛି ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023