କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପୁଣି ଜଣେ ଯୁବକଙ୍କ ମୃତ୍ୟୁ , କାରଣ ଅସ୍ପଷ୍ଟ

Published By : Prameya-News7 Bureau | May 09, 2020 IST

ସୋନପୁର ୦୯।୦୫: କ୍ୱାରେଣ୍ଟାଇନ୍‌ ସେଣ୍ଚରରେ ପୁଣି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୋନପୁର ଜିଲ୍ଲା ବିନିକା ବ୍ଲକ ସିଂହିଯୁବା ଗ୍ରାମ  ପଞ୍ଚାୟତ ୟୁଜିଏମଇ ସ୍କୁଲରେ ଥିବା କ୍ଵାରାନ୍ତାଇନ ସେଣ୍ଟର ଘଟିଛି ଘଟଣା । ମୃତ ଯୁବକ ଜଣକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମୃତ ଯୁବକ ଏବଂ ତାଙ୍କ  ସହିତ ଆଉ ସାତ  ଜଣ ପଶ୍ଚିମବଙ୍ଗର ବ୍ୟକ୍ତି ରହୁଥିଲେ । ଆଜି ସକାଳୁ ତାଙ୍କର  ମୃତ୍ୟୁ ହୋଇଥିବାର ଖବର ମିଳିଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି । ମୃତକ ପାଖରେ କରୋନା ସମ୍ପର୍କିତ କୌଣସି ଲକ୍ଷଣ ନଥିବ ଜଣା ପଡିଛି l ମୃତକଙ୍କ ବୟସ 26 ପାଖାପାଖି ହୋଇଥିବାବେଳେ ଘଟଣା ସ୍ଥଳରେ ସ୍ୱତନ୍ତ୍ର ମେଡିକାଲ ଦଳ ପହଂଚି ତଦନ୍ତ ଚଳାଇଛି l ତଦନ୍ତ ପରେ ପ୍ରକୃତ ଘଟଣା ଜଣା ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.