ଢେଙ୍କାନାଳ ୫।୧୨: ଚାଷୀଙ୍କୁ କଚାଡି ମାରିଲା ଦନ୍ତା ହାତୀ । ଢେଙ୍କାନାଳ ଜିଲ୍ଲା ଷଢଙ୍ଗୀ ବନାଞ୍ଚଳର ମୁଗପଦା ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ଗଁନ୍ଦିଆ-ଭୁବନ ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ ।
{"id":372757,"sizeSlug":"large"}ସୂଚନାଯୋଗ୍ୟ ଯେ, ଧାନ ବିଲରୁ ଫେରୁଥିବାବେଳେ ବାଟରେ କଚାଡି ମାରିଦେଲା ଦନ୍ତା ହାତୀ । ଘଟଣାସ୍ଥଳରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି । ଢେଙ୍କାନାଳ ଜିଲ୍ଲା ଷଢଙ୍ଗୀ ବନାଞ୍ଚଳର ମୁଗପଦା ନିକଟରେ ହାତୀ ଆକ୍ରମଣରେ ଏହି ଚାଷୀଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ମୁଗପଦା ଗ୍ରାମର ରବି ନାରାୟଣ ବିଶ୍ବାଳ । ଏହି ଅଞ୍ଚଳରେ ହାତୀମାନଙ୍କର ଉପଦ୍ରବ ଜାରି ରହିଥିବା ବେଳେ ଏହି ଚାଷୀଙ୍କ ମୃତ୍ୟୁକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ସ୍ଥାନୀୟ ଲୋକେ ଗଁନ୍ଦିଆ ଭୁବନ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ମୃତକଙ୍କ କ୍ଷତିପୂରଣ ଓ ହାତୀଙ୍କ ଉପଦ୍ରବରୁ ଫସଲ ସୁରକ୍ଷା ନେଇ ଜିଦରେ ରହିଛନ୍ତି ଆନ୍ଦୋଳନକାରୀ । ଘଟଣାସ୍ଥଳକୁ ଷଢଙ୍ଗୀ ବନ କର୍ମଚାରୀମାନେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛନ୍ତି । ଏପଟେ ଗଁନ୍ଦିଆ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି ।