ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଚାଷୀଙ୍କୁ ଦଳି ମାରିଦେଲା ଦନ୍ତା, ଧାନ ଫସଲ ଜଗିଥିବା ବେଳେ ପଡିଗଲେ ହାବୁଡରେ

8/12/2020 at 9:28 AM

ଢେଙ୍କାନାଳ ୮।୧୨: ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ବଢିଚାଲିଛି ।  ଏପରିକି ଧାନ ଅମଳ ସମୟ ହୋଇଥିବାବେଳେ ନିଜ ଫସଲ ସୁରକ୍ଷା ପାଇଁ ଚାଷୀ ଓ ବଣୁଆ ହାତୀ ମୁହାଁମୁହିଁ ହେଉଛନ୍ତି । ଫଳରେ ହାତୀ ଆକ୍ରମଣରେ ଜଣଙ୍କ ପରେ ଜଣେ ଚାଷୀ ଜୀବନ ହାରୁଛନ୍ତି । ଗତ ସପ୍ତାହରେ ୩ ଜଣଙ୍କର ଜୀବନ ଯାଇଥିବାବେଳେ ସୋମବାର ପୁଣି ଜଣେ ଚାଷୀଙ୍କୁ ହାତୀ ପାଦରେ ଦଳି ମାରିଦେଇଛି ।

ଢେଙ୍କାନାଳ ସଦର ବନାଞ୍ଚଳ ଅନ୍ତର୍ଗତ ଘଟିପିରି ଚଟକା ବୁଧେଇ ବେରେଣୀ ଗ୍ରାମର ଧାନ ବିଲରୁ ଏହି ଚାଷୀଙ୍କ ମୃତଦେହକୁ ଠାବ କରାଯାଇଛି । ମୃତକ ଜଣଙ୍କ ବୁଧେଇ ବେରେଣୀ ଗ୍ରାମର ୬୦ବର୍ଷ ବୟସ୍କ ଚଇନ ସାହୁ ବୋଲି ଜଣାପଡିଛି । ଏହି ଅଞ୍ଚଳରେ ହାତୀ ଉପଦ୍ରବ କରି ଧାନ ଫସଲ ନଷ୍ଟ କରୁଛନ୍ତି ।

ଫଳରେ ସୋମବାର ରାତିରେ ଚଇନ ନିଜ ଧାନ ଫସଲ ସୁରକ୍ଷା ପାଇଁ ବିଲକୁ ଯାଇଥିଲେ । ତେବେ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ବିଲରେ ପାଦରେ ଦଳି ମାରିଦେଇଥିବା ଜଣାପଡିଛି । ଖବର ପାଇ ମଙ୍ଗଳବାର ବନ କର୍ମଚାରୀମାନେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ କରୁଛନ୍ତି ।

   Related Posts