ସାଇକେଲ୍ ଆରୋହୀଙ୍କ ଗୋଡ ଉପରେ ଚଢିଗଲା ହାଇଓ୍ବା, ଆରୋହୀ ଗୁରୁତର

Published By : Prameya-News7 Bureau | August 20, 2021 IST

ପାଟଣା ୨୦।୮: ସାଇକେଲ ଆରୋହୀଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଗାଡି । ଫଳରେ ଆରୋହୀ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥର ମଲ୍ଲୀପଶି ନିକଟରେ ଘଟିଛି ଦୁର୍ଘଟଣା । ସାଇକେଲ୍ ଆରୋହୀଙ୍କୁ ଧକ୍କା ଦେଇ ତାଙ୍କ ଗୋଡ଼ ଉପରେ ଏକ ୧୨ ଚକିଆ ବାଲି ବୋଝେଇ ହାଇୱା ଚଢିଯାଇଥିଲା । 

ଫଳରେ ସାଇକେଲ୍ ଆରୋହୀଙ୍କ ଗୋଡ଼ ଭାଙ୍ଗି ଚୁରମାର ହୋଇଯାଇଛି । ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଗୁରୁତର ସାଇକେଲ୍ ଆରୋହୀ କୁମୁଳାବାହାଳି ଗ୍ରାମର ପଦ୍ମଲୋଚନ ଟୁଡୁ । ତାଙ୍କ ବୟସ ୩୫ ବର୍ଷ । ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ  ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବାବେଳେ ଦୁର୍ଘଟଣା ଘଟାଇ ହାଇଓ୍ବାଟି ଫେରାର ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.