ଜଗା ଦର୍ଶନ କରିବାକୁ ଆସି ସମୁଦ୍ରରେ ନିଖୋଜ ହୋଇଗଲେ କାଳିଆ, ଝୁରୁଛି ପରିବାର

Published By : Prameya-News7 Bureau | April 17, 2022 IST

ଭୋଗରାଇ, ୧୭/୦୪: ମୋତେ ସିନା ନେଇଥାନ୍ତା, ହେଲେ ମୋ କାଳିଆକୁ ନେଇଗଲା, ମୋ କାଳିଆକୁ ଫେରାଇ ଦେ । ଏପରି ବାହୁନି ବାହୁନି କାନ୍ଥରେ ମୁଣ୍ଡ ପିଟି କାନ୍ଦୁଛି ମାଆ । ଫୋଟୋକୁ ଦେଖି ପୁଅକୁ ଝୁରୁଛି । କାଳିଆକୁ ଫେରାଇ ଦେବାକୁ ପଣତ କାନି ଧରି ଭିକ ମାଗୁଛି ଜାଗାକୁ । ଜଗା ଦର୍ଶନ ଲାଗି ଯାଇଥିଲା ଯେ ପୁଅ ଆଉ ଫେରିଲା ନାହିଁ । କାନ୍ଦ ବୋବାଳିରେ ଫାଟି ପଡୁଛି ଛଚିନା ଗ୍ରାମର ରାଧାଶ୍ୟାମ ବେହେରାଙ୍କ ଘର ।

ପୂରୀ ସମୂଦ୍ରରେ ଗାଧୋଇବା ବେଳେ ଯୁବକ ନିଖୋଜ ହେବା ଘଟଣା ଏବେ ସାରା ପରିବାରକୁ ଦୋହଲାଇ ଦେଇଛି । ଏପଟେ ପୁଅର ନିଖୋଜ ଖବର ଶୁଣି କାନ୍ଦି କାନ୍ଦି ଚେତାଶୁନ୍ୟ ହୋଇ ପଡୁଛନ୍ତି ବୂଢା ବାପା ମାଆ । ସୂଚନା ଅନୁଯାୟୀ  ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଛଚିନା ଗ୍ରାମର ବଂଶୀଧର ବେହେରା ଗତକାଲି ତାଙ୍କ ପୁଅର ମାନସିକ ଚୁଟି ପକାଇବା ପାଇଁ ସ୍ତ୍ରୀ ଏବଂ ପୁଅ କାର୍ତ୍ତିକଙ୍କୁ ଧରି ପୁରୀ ଯାଇଥିଲେ । ପୁରୀରେ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ ପରେ ଆଜି ସକାଳେ ପୁଅର ଚୁଟି ପକାଇ ସାରିବା ପରେ  ସମୁଦ୍ରରେ ଗାଧୋଇବା ବେଳେ ଅସାବଧାନତା ବଶତଃ ସମୁଦ୍ରରେ ବୁଡି ଯାଇ ବଂଶୀଧର ନିଖୋଜ ହୋଇଯାଇଛନ୍ତି ।

ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ ବହୁ ସମୟ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନି । ଏପଟେ ନିଖୋଜ ଖବର ଶୁଣିବା ପରେ ପୁଅର ଫେରିବା ବାଟକୁ ଚାହିଁ ବୁଢା ବାପା ମାଆ ପୁଅର ଫଟୋକୁ ଧରି ମୁଣ୍ତ ବାଡେଇ କାନ୍ଦୁଛନ୍ତି । ବଂଶୀଧରଙ୍କ ସ୍ତ୍ରୀ ସମେତ ୭ ଜଣ ପରିବାର ଲୋକ ଆଜି ସକଳେ ଘର ପହଞ୍ଚିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.